ଦେଶରେ ୩୫ ହଜାର ୦୪୩ରେ ପହଂଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବର୍ତ୍ତମାନ ସୁଦ୍ଧା ୧୧ ଶହ ୪୭ ମୃତ; ମହାରାଷ୍ଟ୍ର, ଗୁଜରାଟରେରେ ସ୍ଥିତି ସଙ୍ଗୀନ

Advertisment
ଦେଶରେ ୩୫ ହଜାର ୦୪୩ରେ ପହଂଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବର୍ତ୍ତମାନ ସୁଦ୍ଧା ୧୧ ଶହ ୪୭ ମୃତ; ମହାରାଷ୍ଟ୍ର, ଗୁଜରାଟରେରେ ସ୍ଥିତି ସଙ୍ଗୀନ

କନକ ବ୍ୟୁରୋ: ମେ ୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୫୦୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୮୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୧୪୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତିଙ୍କ  ସଂଖ୍ୟା: ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୯ ଜଣ, ଗୁଜରାଟରେ ୨୧୪ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୩୭ ଜଣ, ମହାରାଷ୍ଟ୍ରରେ ୪୫୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୯ ଜଣ, ରାଜସ୍ଥାନରେ ୫୮ ଜଣ, ତାମିଲନାଡୁରେ ୨୭ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୩୯ ଜଣ ଏବଂ ପଶ୍ଚମବଙ୍ଗରେ ୩୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୪୦୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୨), ବିହାର (୪୧୮), ଚଣ୍ଡିଗଡ଼ (୫୬), ଛତିଶଗଡ଼ (୪୦), ଦିଲ୍ଲୀ (୩୫୧୫), ଗୋଆ (୭), ଗୁଜରାଟ (୪୩୯୫), ହରିୟାଣା (୩୧୩), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୬୧୪), ଝାଡ଼ଖଣ୍ଡ (୧୦୯) କର୍ଣ୍ଣାଟକ (୫୬୫), କେରଳ (୪୯୭), ଲଦାଖ (୨୨), ମଧ୍ୟପ୍ରଦେଶ (୨୬୬୦), ମହାରାଷ୍ଟ୍ର (୧୦୪୯୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୪୨), ପୁଦ୍ଦୁଚେରୀ (୮), ପଞ୍ଜାବ (୩୫୭), ରାଜସ୍ଥାନ (୨୫୮୪), ତାମିଲନାଡୁ (୨୩୨୩), ତେଲେଙ୍ଗାନା (୧୦୩୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୭), ଉତ୍ତରପ୍ରଦେଶ (୨୨୦୩) ଓ ପଶ୍ଚିମବଙ୍ଗ (୭୯୫) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe