କନକ ବ୍ୟୁରୋ: ଲଗାତାର ଭାବେ ଦେଶରେ କମୁଛି କରୋନା ସଂକ୍ରମଣ । ଲାଗୁଛି ଭାରତରେ ତୃତୀୟ ଲହର ଗତି ଧିମା ପଡି ଯାଇଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୬୭ ହଜାର ୫୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଂଟାରେ ମହାମାରୀ କରୋନାରେ ୧ ହଜାର ୧୯୨ଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି ।

Advertisment

ଦେଶରେ କମୁଛି କରୋନା ସଂକ୍ରମଣ । ହେଲ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଦେଶରେ ଗତ ୨୪ ଘଂଟା ମଧ୍ୟରେ
- ୧,୬୭,୦୫୯ ଜଣ ଆକ୍ରାନ୍ତ ଚିହ୍ନଟ
- ୧,୧୯୨ଜଣ ସଂକ୍ରମିତଙ୍କ ମହାମାରୀରେ ମୃତ୍ୟୁ
- ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩,୦୫୯
- ଦୈନିକ ପଜିଟିଭ ହାର ରହିଛି ୧୧.୬୯%

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦେଶରେ ଆରୋଗ୍ୟ ହାର ୯୪. ୬୦ ପ୍ରତିଶତ ରହିଛି । କରୋନାର ତୃତୀୟ ଲହରକୁ ସାମ୍ନା କରୁଛି ଦେଶ । ଲଗାତାର ଗୋଟିଏ ସପ୍ତାହ ଧରି କରୋନା ମାମଲା ଲକ୍ଷ ଉପରେ ରହୁଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିବାର ଲାଗିଛି । କିନ୍ତୁ ଆଶ୍ୱସ୍ତିକର କଥା ଯେ ତୃତିୟ ଲହରରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକ ଖୁବ ଶୀଘ୍ର ଠିକ ମଧ୍ୟ ହେଉଛନ୍ତି । ସେହିପରି ବହୁତ କମ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି ହେବାକୁ ପଡୁଛି । ଦେଶରେ ଗତ ୨୪ ଘଂଟାରେ ୨,୫୪,୦୭୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୋଟ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩,୯୨,୩୦,୧୯୮ରେ ପହଂଚିଛି ।

କରୋନା ମହାମାରୀ ସହିତ ଲଢେଇ ଏବେ ମଧ୍ୟ ଜାରି ରହିଛି । ମାକ୍ସ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ଅଧିକ ଭିଡ ନ କରିବା ଓ କରୋନା ସମସ୍ତ ଗାଇଡଲାଇନ କୁ ପାଳନ କଲେ ହିଁ ଦେଶ ମହାମାରୀ କବଳରୁ ମୁକୁଳି ପାରିବ ବୋଲି ବିଶେଷଜ୍ଞମାନେ କହି ଆସୁଛନ୍ତି ।