କନକ ବ୍ୟୁରୋ: ଦିଲ୍ଲୀରେ କମୁଛି ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ତାଜା ଅପଡେଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୫୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ଆଜି କରୋନାରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ୧,୨୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦ୍ୱିତୀୟ ଲହରରେ ଦିଲ୍ଲୀ ନୟାନ୍ତ ହୋଇଯାଇଥିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅକ୍ସିଜେନ ଅଭାବ ଓ ବେଡର ଅଭାବରେ ଲୋକମାନେ ହଇରାଣ ହୋଇଥିଲେ । ଏବେ ଏହି ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି ।
ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୭,୪୩୯ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂଖ୍ୟା ୯,୩୬୪ରେ ପହଞ୍ଚିଛି । ସଂକ୍ରମଣ ହାର ମଧ୍ୟ ୦.୭୮ ପ୍ରତିଶତରେ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Corona-3-3.jpg)