ଚିନ୍ତା ବଢାଉଛି ସଂକ୍ରମଣ : ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ, ଶୀର୍ଷରେ ଆମେରିକା; ସେପଟେ ଭାରତରେ ସୁସ୍ଥସଂଖ୍ୟା ୫୦ ଲକ୍ଷ ପାର୍
କନକ ବ୍ୟୁରୋ : ୧୦ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପି ଯାଇଛି । ୱାର୍ଲ୍ଡ କରୋନା ମିଟରର ତଥ୍ୟ ଅନୁସାରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ୩ କୋଟି ୨୯ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ଉଭୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ମାରାତ୍ମକ ଭୂତାଣୁକୁ ନେଇ ଚିନ୍ତା ବଢି ଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏବେ ବି ଏହା ଅଦମନୀୟ ହୋଇ ରହିଛି । ହେଲେ ଭାରତ ପାଇଁ ଏହା କେବଳ ଗୋଟିଏ ଆଶ୍ୱସ୍ତର କଥା ଯେ, ଦେଶର ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ।