ମହାରାଷ୍ଟ୍ରରେ ୨୮ ଜିଲ୍ଲାରେ ବଢୁଛି ସଂକ୍ରମଣ । ବିଶେଷଜ୍ଞ କହିଲେ, ସଂକ୍ରମଣ ବୃଦ୍ଧି ପଛରେ ବେଲଗାମ ସମାବେଶ । 

102

କନକ ବ୍ୟୁରୋ: ମହାରାଷ୍ଟ୍ରରେ ୨୮ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟର ୩୬ଟି ଜିଲ୍ଲାରୁ ୨୮ଜିଲ୍ଲାରେ ଗତ ୨ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା ବଢିଚାଲିଛି । ଗତ ୧୦ତଳେ ମହାରାଷ୍ଟ୍ରରେ ୨୧ଟି ଜିଲ୍ଲାରେ ସକ୍ରୀୟ ମାମଲା ଅଧିକ ଥିଲା କିନ୍ତୁ ଗତ ସପ୍ତାହରେ ଆହୁରୀ ଅଧିକ ୭ଟି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ବିଦର୍ଭର ଅମରାବତୀ, ଅକୋଲା, ବୁଲଧନା, ୟବତମାଲ ଏବଂ ନାଗପୁର ନୂଆ କୋଭିଡ ହଟସ୍ପଟ ହୋଇଛି । ଏବଂ ଏହି ଜିଲ୍ଲା ଗୁଡିକରେ ସକ୍ରୀୟ ମାମଲା ଲଗାତର ଭାବେ ବଢିବାକୁ ଲାଗିଛି । ସଂକ୍ରମଣ ବଢୁଥିବାରୁ ଅମରାବତୀ ଓ ଅଚଲପୁରରେ ମାର୍ଚ୍ଚ ୮ତାରିଖ ଯାଏଁ ଲକଡାଉନ ଅବଧି ବଢାଇ ଦିଆଯାଇଛି । ଫେବ୍ରୁଆରୀ ୨୧ରୁ ମହାରାଷ୍ଟ୍ରର ଅମରାବତୀ ଏବଂ ଅଚଲପୁର ସହରରେ ୭ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଥିଲା । ଏବେ ଏହି ଅବଧିକୁ ପୁଣି ବଢାଇ ଦିଆଯାଇଛି ।

ସେପଟେ ବଢୁଥିବା ସଂକ୍ରମଣକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପଛରେ ବେଲଗାମ ସମାବେଶ । ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଚିନ୍ତା ବଢାଉଥିବା ଏହି ସଂକ୍ରମଣ ପଛରେ ଜନସାଧାରଣଙ୍କ ସାମାଜିକ ସମାବେଶକୁ ବିଶେଷଜ୍ଞ ଦାୟୀ କରିଛନ୍ତି ।