ପୁଣି ବଦଳିପାରେ ଟିକାକରଣ ନିୟମ ! କରୋନାରୁ ସୁସ୍ଥ ହେବାପରେ ଟିକା ପାଇବାକୁ ୯ ମାସ ପର୍ଯ୍ୟନ୍ତ କରିବାକୁ ପଡିପାରେ ଅପେକ୍ଷା

553

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଯାନ । ଏହାରି ମଧ୍ୟରେ ସରକାର ଟିକାକରଣର ପଦ୍ଧତିକୁ ବାରମ୍ବାର ବଦଳାଇବାରେ ଲାଗିଛନ୍ତି । ଏବେ ଯଦି କୌଣସି ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ସେ ସୁସ୍ଥ ହେବାର ୯ ମାସ ପରେ ତାଙ୍କୁ ଟିକା ଦିଅଯିବା ନେଇ ସମ୍ଭାବନା ଦେଖା ଦେଇଛି ।

ନ୍ୟାସନାଲ ଗୃପ ଅନ୍ ଭ୍ୟାକ୍ସିନ ଏଡମିନଷ୍ଟ୍ରେସନ ତରଫରୁ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି କୁହାଯାଇଛି । ଏହି ଗୃପ ତରଫରୁ କରୋନା ସଂକ୍ରମଣରୁ ଜଣେ ବ୍ୟକ୍ତି ସୁସ୍ଥ ହେବାର ୯ ମାସ ପରେ ଟିକାଦେବାକୁ ପ୍ରସ୍ତାବ ଦିଆଯାଇଛି । କହିରଖୁ କି ପ୍ରଥମରୁ ଏହା ୬ ମାସ ମଧ୍ୟରେ ଟିକା ଦେବାର ପ୍ରାବଧାନ ଥିଲା ।

ସୂଚନା ଥାଉକି ଭାରତରେ କରୋନାର ପ୍ରଥମ ଲହରରେ ସଂକ୍ରମଣ ହାର ୪.୫ ପ୍ରତିଶତ ଥିଲା । ଏହା ୧୦୨ ଦିନ ମଧ୍ୟରେ ଦେଖିବାକୁ ମିଳିଥିଲା । କିଛିଦେଶ ସେମାନଙ୍କର ରିସର୍ଚ୍ଚରୁ ଜାଣିବାକୁ ପାଇଥିଲେ କି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାର ୬ ମାସ ପର୍ଯ୍ୟନ୍ତ ତାଙ୍କ ଶରୀରରେ ଇମ୍ୟୁନିଟ୍ ଠିକ୍ ରହିଥାଏ । ତେଣୁ ସେମାନଙ୍କୁ ୬ ମାସ ପରେ ଟିକା ଦେବାରେ କିଛି ଅସୁବିଧା ନଥିଲା ।

କହିରଖୁ କି ଟିକାକରଣ ନେଇ ଏବେ କିଛି ନିୟମର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ଏବେ କରୋନା ଟିକାର ଦ୍ୱିତୀୟ ଖୋରାକ ନେବାକୁ ୧୨ ରୁ ୧୬ ସପ୍ତାହ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଇଛି । ଅନ୍ୟପଟେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ଏବେ ଟିକା ପାଇବାକୁ ୯ ମାସ ଯାଏଁ ଅପେକ୍ଷା କରିବାକୁ ପଡିପାରେ । ଅନ୍ୟପଟେ ଗର୍ଭବତୀ ମହିଳା ମାନେ ଡେଲିଭରୀ ପରେ ଟିକା ନେଇପାରିବେ ।