ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ପାର: ସଂକ୍ରମିତଙ୍କ ସଂଖ୍ୟା ୫୬ ହଜାର ୩୪୨କୁ ବୃଦ୍ଧି; ୧୮୮୬ଛଇଁଲା…ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର, ଗୁଜରାଟ

378

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ଶହ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୮୬କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ୧୦୩ କରୋନା ମୃତ୍ୟୁ ହୋଇଥିବା ବେଳେ ୩୩ଶହ ୯୦ଟି ନୂଆ ମାମଲା ସାମ୍ନାକୁ ଆସିିଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୫୬ ହଜାର ୩୪୨କୁ ବୃଦ୍ଧି ହୋଇଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬୫୪୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୨୪ ଘଂଟା ଭିତରେ ରିକଭରି ରେଟ୍ ୨୯.୩୫ ପ୍ରତିଶତ ରହିଛି ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭ହଜାର ୯୭୪ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା ୬୯୪କୁ ବୃଦ୍ଧି ହୋଇଯାଇଛି । ଗୁଜରାଟରେ ୭ ହଜାର ୧୨ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୫ ହଜାର ୯୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୬୬ । ସେହିପରି ମଧ୍ୟପ୍ରଦେଶରେ ୩ ହଜାର ୨୫୨ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି ।

ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ସଂଖ୍ୟା ୧୫୪୮କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ଶହେରୁ ଅଧିକ କରୋନା ମୃତ୍ୟୁ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ମାତ୍ର ୧୫୧ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।