କନକ ବ୍ୟୁରୋ: ତ୍ରୁଟିପୂର୍ଣ୍ଣ ଟୀକାକରଣ ଯୋଗୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲାରୁ ଆସିଛି ଏହି ଅଭିଯୋଗ । ରାଉରକେଲା ମହାନଗରନିଗମର ୱାର୍ଡ ନଂ-୯ରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ବୁଧବାର ୨୧ଜଣ ଶିଶୁଙ୍କୁ ପେଂଟା-ରୋଟା ଟୀକା ଦିଆଯାଇଥିଲା । ଟୀକା ଦେବାର କିଛି ସମୟ ପରେ ଜଣେ ସାଢ଼େ ୩ମାସର ଝିଅର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏବଂ ସନ୍ଧ୍ୟାରେ କୁନି ଝିଅଟିର ମୃତ୍ୟୁ ହୋଇଥିଲା ।
ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଟୀକା ନେଇଥିବା ଅନ୍ୟ ପିଲାମାନଙ୍କ ଉପରେ ନଜର ରଖାଯାଇଛି ଏବଂ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-10-at-2.47.55-PM.png)
/kanak/media/post_attachments/wp-content/uploads/2018/05/Screen-shot-2018-05-10-at-2.48.11-PM-300x216.png)