ଶାହିନ୍ ବାଗ୍ ପ୍ରଦର୍ଶନରେ ସାମିଲ୍ ହେବା ପାଇଁ ୪ ମାସର ଶିଶୁ ମହମ୍ମଦ ଜହାନ୍ କୁ ମା’ ପ୍ରତିଦିନ ପ୍ରଦର୍ଶନକୁ ନେଇ ଯାଉଥିଲେ । ଛୋଟ ଶିଶୁଟିକୁ ପ୍ରଦର୍ଶନକାରୀମାନେ ଖୁବ୍ ଭଲ ପାଉଥିଲେ । ଗାଲରେ ତ୍ରିରଙ୍ଗା କରିବା ସହ ସମସ୍ତେ କୋଳରେ ବସାଇ ଶିଶୁଟିକୁ ଗେଲ କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ଏହି ଛୋଟ ପ୍ରଦର୍ଶନକାରୀକୁ କେହି ଦେଖିପାରିବେ ନାହିଁ । କାରଣ ଗତ ସପ୍ତାହର ହାଡଭଙ୍ଗା ଶୀତରାତିରେ ବାହାରେ ଶୋଇବା କାରଣରୁ ଶିଶୁଟିର ମୃତ୍ୟୁ ହୋଇଯାଇଛି ।

Advertisment

publive-image

ଜହାନ୍ ଙ୍କ ମା’ଙ୍କ କହିବାନୁସାରେ ସେ ଆଗକୁ ମଧ୍ୟ ନିଜ ଅନ୍ୟ ସନ୍ତାନଙ୍କ ଭବିଷ୍ୟତ ପାଇଁ ଏହି ପ୍ରଦର୍ଶନର ଲଢେଇ ଜାରି ରଖିବେ । ମହମ୍ମଦ ଆରିଫ୍ ଏବଂ ନାଜିଆଙ୍କ ୫ ବର୍ଷର ଝିଅ ଏବଂ ୨ ବର୍ଷର ଗୋଟିଏ ପୁଅ ମଧ୍ୟ ରହିଛି । ପିଟିଆଇ ଏଜେନ୍ସି ମୁତାବକ , ଏହି ଦମ୍ପତୀ ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରେ ରୁହନ୍ତି । ଆରିଫ୍ ଜଣେ ଏମ୍ଭ୍ରୋଡରୀ ବୁଣାକାର ସହ ଇ-ରିକ୍ସା ମଧ୍ୟ ଚଲାନ୍ତି । ପତ୍ନୀ ମଧ୍ୟ ଆରିଫ୍ ଙ୍କୁ କାମରେ ସାହାର୍ଯ୍ୟ କରନ୍ତି । ନାଜିଆଙ୍କ କହିବାନୁସାରେ , ଜହାନ୍ ଙ୍କ ମୃତ୍ୟୁ ୩୦ ଜାନୁଆରୀ ରାତି ଶୋଇଥିବା ଅବସ୍ଥାରେ ହୋଇଥିଲା । ନାଜିଆ ରାତି ୧ ଟାରେ ଶାହିନ୍ ବାଗ୍ ରୁ ଘରକୁ ଫେରିଥିଲେ ଏବଂ ସବୁ ସନ୍ତାନକୁ ଶୁଆଇବା ପରେ ନିଜେ ଶୋଇଥିଲେ । ସକାଳୁ ଉଠିବା ପରେ ଜହାନ୍ କୌଣସି ପ୍ରତିକ୍ରିୟା ନ ଦେଉଥିବା ଦେଖି ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ନାଜିଆ ଡିସେମ୍ବର ୧୮ ତାରିଖରୁ ପ୍ରତିଦିନ ଏହି ପ୍ରଦର୍ଶନରେ ସାମିଲ୍ ହେବା ପାଇଁ ଶାହିନ୍ ବାଗ୍ ଯାଉଥିଲେ । ପଡୋଶୀଙ୍କ କହିବାମୁତାବକ , ସ୍ୱାମୀ ଏବଂ ଶାଶୁଙ୍କ ଅନେକ ବୁଝାଇବା ପରେ ମଧ୍ୟ ନାଜିଆ କାହାରି କଥା ନ ଶୁଣି ଏବଂ ଝଗଡା କରି ଜହାନ୍ କୁ ଧରି ଶାହିନ୍ ବାଗ୍ ଯାଉଥିଲେ । ଖାଲି ଏତିକି ନୁହଁ ଆଖପାଖ ଲୋକଙ୍କୁ ଏକଜୁଟ୍ କରି ୨ କି.ମି ବାଟ ଚାଲି ସେ ଶାହିନ୍ ବାଗ୍ ରେ ପହଁଚୁଥିଲେ । ଏନେଇ ନାଜିଆ କୁହନ୍ତି , ସିଏଏ ଏବଂ ଏନଆରସି ସବୁ ସମୁଦାୟ ପାଇଁ ଅହିତକର ।