ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା : ୫୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇଥିବା କହିଲେ କୃଷି ସଚିବ ସୌରଭ ଗର୍ଗ

3,375

କନକ ବ୍ୟୁରୋ : ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା ।କୃଷି ଭବନରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ । କେବଳ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଥିଲେ । କିଛି ହିତାଧିକାରୀ ନିଜ ଆଡୁ ଟଙ୍କା ଫେରାଇସାରିଲେଣି । ଅନ୍ୟମାନଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି । ସେମାନଙ୍କୁ ଟଙ୍କା ଫେରାଇବାକୁ ବ୍ୟାଙ୍କ ଆକାଉଂଟ ନମ୍ବର ଦିଆଯାଇଛି । ସେମାନେ ସେଥିରେ ଟଙ୍କା ଫେରସ୍ତ କରିବେ ବୋଲି କୃଷି ସଚିବ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ କରିବା ବଦଳରେ ଯେଉଁ ଅଫିସରମାନେ ଏଥିରେ ସଂପୃକ୍ତ ଅଛନ୍ତି ଟଙ୍କା ଦେଇଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।