କନକ ବ୍ୟୁରୋ : ଦେଶରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ଦେଖି ଅନୁମାନ କରାଯାଉଛି କି ଆଗମୀ ଦିନରେ ବିଜେପିର ବିକଳ୍ପ ଭାବେ ଆପ୍ ହିଁ ସାମ୍ନାକୁ ଆସିବ ! ପଞ୍ଜାବ ପରେ ଆଜି ଗୁଜୁରାଟରେ ବି ଜଣେ ପରିଚିତ ବ୍ୟକ୍ତି ଆପରେ ଯୋଗ ଦେଇଛନ୍ତି । ୩ ହଜାର ଗରୀବ ଝିଅଙ୍କ ବାହାଘର କରାଇ ଦିନେ ଚର୍ଚ୍ଚାରେ ଥିବା ସୁରଟର ହୀରା ବ୍ୟବସାୟୀ ମହେଶ ସବାନୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଆଜି ଔପଚାରିକ ଭାବେ ମହେଶ ସବାନୀଙ୍କୁ ଦଳର ସାମିଲ କରାଇଛନ୍ତି ।
GOOD NEWS‼️
A leading businessman & a philanthropist from Surat, Gujarat - Shri Mahesh Savani ji joins AAP in the presence of Delhi's Dy CM Shri @msisodia#હવે_બદલાશે_ગુજરાતpic.twitter.com/qvEnTzD75v
— AAP (@AamAadmiParty) June 27, 2021
ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁୁଜୁରାଟରେ ଏଭଳି ଜରେ ପ୍ରତିଷ୍ଠିତ ବ୍ୟବସାୟୀ ଆପରେ ଯୋଗଦେବା ନେଇ ରାଜନୀତି ଜୋର ଧରିଛି । ସୂଚନା ଥାଉକି କିଛିଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁଜୁରାଟ ଗସ୍ତବେଳେ କହିଥିଲେ କି ଆଗାମୀ ବିଧାନସଭା ନିର୍ବାଚନରେ ଗୁଜୁରାଟର ସମସ୍ତ ଆସନରେ ଆପ୍ ପ୍ରାର୍ଥୀ ଦେବ ।
କହିରଖୁ କି ଗୁଜୁରାଟ ରାଜନୀତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ପଟିଦାର ସଂପ୍ରଦାୟରୁ ଆସିଛନ୍ତି ହୀରା ବ୍ୟବସାୟୀ ମହେଶ ସବାନୀ । ୫୧ ବର୍ଷିୟ ସବାନୀ ହୀରା ବ୍ୟବସାୟ ସହିତ ଗରୀବ ଝିଅମାନଙ୍କର ସାମୁହିକ ବିବାହ କରି ବେସ୍ ପ୍ରଶଂସିତ ହୋଇଛନ୍ତି । ସେ ଆପ୍ ରେ ସାମିଲ ହେବା ପରେ କହିଛନ୍ତି କି ସେ କେବଳ ସୁରଟ ପାଇଁ ନୁହେଁ ପୁରା ଗୁଜୁରାଟରେ ଦଳ ପାଇଁ କାମ କରିବାକୁ ଚାହୁଁଛନ୍ତି ।