ବିପିଏନସଆଇ ଓ ଟାଟା ଷ୍ଟିଲ ପ୍ରତିଷ୍ଠାନର ଶିଳ୍ପ ପ୍ରଶିକ୍ଷଣ ଶିବିର

80

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏକ ଶୈକ୍ଷିକ ପରିବେଶରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଟାଟା ଷ୍ଟିଲର ଇଂଜିନିୟର ମାନେ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ । ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରିତମ ପୁରକାୟସ୍ଥ ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରିଥିଲେ । ପରବର୍ତ୍ତୀ ସମୟରେ ଅମିତେଶ ସିହ୍ନା ପୂର୍ବତ୍ତନ ଉପାଧ୍ୟକ୍ଷ ଆରତୀ ଷ୍ଟିଲ, ଫେରୋଏଲୋଏଜ ପ୍ରଡ଼କ୍ସନର ସଷ୍ଟନେବେଲିଟି ସମ୍ବନ୍ଧୀୟ ତଥ୍ୟ ଟାଟା ଷ୍ଟିଲର ଇଂଜିନିୟର ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଲେ ଥିଲେ ଓ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଡ଼ଃ ସୀମନ୍ତ ମହାନ୍ତି ଇମୋସନାଲ ଇଣ୍ଟେଲିଜେନ୍ସ ସମ୍ବନ୍ଧୀୟ ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵର ସ୍ଥିତ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ ଅକ୍ଷୟ କୁମାର ପୁରୋହିତ ଫେରୋଏଲୋଏଜ ସମ୍ବନ୍ଧୀୟ ବି.ଆଇ.ଏସ୍ ଓ ଏଚ ଏସ୍ କୋଡ୍ ସମ୍ବନ୍ଧୀୟ ତତ୍ତ୍ଵ ପ୍ରଦାନ କରିଥିଲେ । ଶେଷରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରିତମ ପୁରକାୟସ୍ଥ ଧନ୍ୟବାଦ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ୍ ବିତରଣ କରିଥିଲେ ।