ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ, ମନ୍ତ୍ରୀ ଦେଲେ ଇସାରା! ଜାଣନ୍ତୁ ଓଡ଼ିଶାକୁ କେତେ ଟଙ୍କାର ନିବେଶ ଆଣିବାକୁ ସରକାର ରଖିଛନ୍ତି ଲକ୍ଷ୍ୟ ।

660

କନକ ବ୍ୟୁରୋ : ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ । ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ।

ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ । ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ । ୨୦୨୭ ସୁଦ୍ଧା ବିକଶିତ କରିବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ମାତ୍ରାରେ ରହିଛି । ଏଠାରେ ପାଣି, ଖଣି ଓ ଲମ୍ବା ସମୁଦ୍ରତଟ ରହିଛି । ତେଣୁ ଏହା ଜରିଆରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ । ଶିଳ୍ପକୁ ୧୦୦ ଦିନର ପ୍ଲାନ ରହିଛି । ତାହାର ରୂପରେଖ ପ୍ରସ୍ତୁତ ଚାଲିଛି । ଏନେଇ ଖୁବଶୀଘ୍ର ିସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।