କନକ ବ୍ୟୁରୋ: ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡିଲା । ଗୁଣଗୁନିଆ ଗ୍ରାମ ଡିଷ୍ଟିବୁଟାରୀ ରେଙ୍ଗାଲପାଲି ନିକଟରେ ଆଜି କେନାଲ ହୁଡା ଭୁଶୁଡି ପଡିବାରୁ ଗୁନଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଚାଷଜମିରେ ପାଣି ମାଡି ଯାଇଛି । ଚାଷ ଜମିରେ ପାଣି ମାଡି ଯିବା ଫଳରେ ଚାଷୀମାନଙ୍କର ଧାନ ଚାଷ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି । ଗୁନଗୁନିଆ ଡିଷ୍ଟିବାଟୁରୀର ଲମ୍ବ ୧୨ ହଜାର ୬ ଶହ ମିଟର । କେନାଲ ମରାମତି ଅଭାବରୁ କିନ୍ତୁ ଅନେକ ଦିନ ହେଲା ଏହା ଶୋଚନୀୟ ହୋଇପଡିଛି । ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଏହା ଭୁଶୁଡି ପଡିଛି । କେନାଲ ଭୁଶୁଡିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଗୁନଗୁନିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି ଆକଳନ କରି ଫେରିଯାଇଛନ୍ତି ।

Advertisment