କନକ ବ୍ୟୁରୋ: ଇନ୍ଦ୍ରାବତୀ ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡିଲା । ଗୁଣଗୁନିଆ ଗ୍ରାମ ଡିଷ୍ଟିବୁଟାରୀ ରେଙ୍ଗାଲପାଲି ନିକଟରେ ଆଜି କେନାଲ ହୁଡା ଭୁଶୁଡି ପଡିବାରୁ ଗୁନଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଚାଷଜମିରେ ପାଣି ମାଡି ଯାଇଛି । ଚାଷ ଜମିରେ ପାଣି ମାଡି ଯିବା ଫଳରେ ଚାଷୀମାନଙ୍କର ଧାନ ଚାଷ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି । ଗୁନଗୁନିଆ ଡିଷ୍ଟିବାଟୁରୀର ଲମ୍ବ ୧୨ ହଜାର ୬ ଶହ ମିଟର । କେନାଲ ମରାମତି ଅଭାବରୁ କିନ୍ତୁ ଅନେକ ଦିନ ହେଲା ଏହା ଶୋଚନୀୟ ହୋଇପଡିଛି । ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଠିକାଦାରଙ୍କ ନିମ୍ନମାନର କାମ ଯୋଗୁ କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଏହା ଭୁଶୁଡି ପଡିଛି । କେନାଲ ଭୁଶୁଡିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଗୁନଗୁନିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି ଆକଳନ କରି ଫେରିଯାଇଛନ୍ତି ।
#ଭୁଶୁଡିଲା_ଇନ୍ଦ୍ରାବତୀ_ବାମ_ପଟ_କେନାଲ_ବନ୍ଧ
ଇନ୍ଦ୍ରାବତୀ ବାମ ପଟ କେନାଲ ବନ୍ଧ ଭୁଶୁଡିଲା । ପ୍ରାୟ ୪୦ ହେକ୍ଟର ଜମିରେ ମାଡିଗଲା ପାଣି । ଗୁନଗୁନିଆ ଡିଷ୍ଟିବୁଟାରୀ ରେଙ୍ଗାଳପାଲି ଗାଁ ନିକଟରେ ଭୁଶୁଡିଲା । ପାଣି ମାଡିବା ଯୋଗୁଁ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା । #Nabarangpur#IndravatiCanalpic.twitter.com/sXTnnqQXSo— Kanak News (@kanak_news) March 19, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-19-17h39m34s129.png)