ଭାଙ୍ଗିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ । ୨୦ଫୁଟର ଘାଇରେ ଗାଁରେ ପଶିଲା ପାଣି । ବୁଡିଲା ଶହ ଶହ ହେକ୍ଟର ଚାଷଜମି ।

194

କନକ ବ୍ୟୁରୋ: କଳାହାଣ୍ଡି ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ । କଲମପୁର ବ୍ଲକ ଦେପୁର ନିକଟରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି । ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।