କନକ ବ୍ୟୁରୋ : ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ । କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ରାଜଧାନୀର ଅନ୍ୟତମ ପ୍ରମୁଖ ବଜାର ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରିଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ଥିବାରୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ ।
ଗତକାଲି ବିଏମସି ସହିଦ ନାଗର ଅଞ୍ଚଳରେ ରିଲାଏନ୍ସ ଟ୍ରେଣ୍ଡସ୍ ଶୋ’ରୁମ୍କୁ ସିଲ୍ କରିଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୮ ରେ, ବିଏମସି COVID-19 ପ୍ରୋଟୋକଲ୍ ଉଲ୍ଲଂଘନ କରି ମାର୍କେଟ୍ ବିଲଡିଂ, ଭିଏସ୍ଏସ୍ ନଗର ବଜାର ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ଅନେକ ଦୋକାନକୁ ସିଲ୍ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/lockdowntotal_660_070421052131.jpg)