ପୂରଣ ହେବ ୪୨ ବର୍ଷର ସ୍ୱପ୍ନ । ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି । ୩ ଶକ୍ତି ପ୍ରକଳ୍ପର ହେବ ଲୋକାର୍ପଣ, ଉପକୃତ ହେବେ ୪୫ ହଜାର ଉପଭୋକ୍ତା

302

କନକ ବ୍ୟୁରୋ: ପୂରଣ ହେବ ୪୨ ବର୍ଷର ସ୍ୱପ୍ନ । ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି ।  ଗାନ୍ଧି ଜୟନ୍ତୀରେ ଜିଲ୍ଲାର ୩ ବଡ ଶକ୍ତି ପ୍ରକଳ୍ପର ଲୋକାର୍ପଣ  କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା ୧୯୪୨ ମସିହାରେ କଳାହାଣ୍ଡିର ତତକାଳୀନ  ମହାରାଜ ପ୍ରତାପ କେଶରୀ ଦେଓ କରିଥିଲେ ।  ଏଥିପାଇଁ ୧୯୭୮ରେ ଶିଳାନ୍ୟାସ ହୋଇଥିଲା । ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ୧୯୯୯ ମସିହାରୁ ଆରମ୍ଭ ହୋଇଥିଲେ ବି କଳାହାଣ୍ଡିବାସୀ  ଆଜିଠାରୁ ବିଜୁଳି ପାଇବେ ।

ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦ କେଭିର ଗ୍ରୀଡର ଶୁଭ ଉଦଘାଟନ ହେବ । ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୪୫ ହଜାର ଉପଭୋକ୍ତା ଉପକୃତ ହେବେ । ବାନେରରେ ୨୨୦ କେଭି ଗ୍ରୀଡର କାମ ୨୯ ଏକର ପରିବ୍ୟାପ୍ତ ଅଂଚଳରେ  ୮୯ କୋଟି ବ୍ୟୟ ଅଟକଳରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ଏହି ଗ୍ରୀଡ ହେବାପରେ  ଗତ ଜାନୁଆରୀ ମାସରୁ ଇନ୍ଦ୍ରାବତୀ  ମେଗା ଲିଫ୍ଟକୁ ସଂଯୋଗ ଦିଆଯାଇ ପରୀକ୍ଷାମୂଳକ ଭାବେ ୬ ହଜାର ହେକ୍ଟର ଜମିରେ ଜଳସେଚନ ଆରମ୍ଭ ହୋଇଛି । ଏଠାରୁ ୬ ଶହ ମେଗାୱାଟ ବିଜୁଳି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।