ପୂରଣ ହେଲା ୪୨ ବର୍ଷର ସ୍ୱପ୍ନ । ଇନ୍ଦ୍ରାବତୀ ବିଜୁଳିରେ ଝଲସିବ କଳାହାଣ୍ଡି, ଭିଡିଓ କନଫରେନ୍ସିଂରେ ଶକ୍ତି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

203
କନକ ବ୍ୟୁରୋ:ଯେଉଁ ମାଟିରେ ଜଳବିଦ୍ୟୁତ ପ୍ରକଳ୍ପ ଗଢ଼ି ଉଠିଥିଲା, ସେହି ଅଂଚଳକୁ ଏଠାରୁ ବିଜୁଳି ଯୋଗାଣ ପାଇଁ ଲାଗିଗଲା ୪୨ ବର୍ଷ । ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାର ୩ଟି ଶକ୍ତି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦ କେଭିର ଗ୍ରୀଡ ଯୋଗୁଁ ଜୟପାଟଣା, କୋକସରା ଓ କଲମପୁର ବ୍ଲକର ପ୍ରାୟ ୪୫ ହଜାର ଉପଭୋକ୍ତା ଉପକୃତ ହେବେ ।
୧୯୭୮ରେ ଶିଳାନ୍ୟାସ ଏବଂ ୧୯୯୯ ମସିହାରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଉତ୍ପାଦନ ଆରମ୍ଭ ହେଲା । ବିଡ଼ମ୍ବନାର କଥା ହେଉଛି, ଯେଉଁ କଳାହାଣ୍ଡି ମାଟିରେ ଏହି ମେଗା ବିଦ୍ୟୁତ ପ୍ରକଳ୍ପ ଗଢ଼ି ଉଠିଥିଲା, ସେହି ଜିଲ୍ଲାବାସୀଙ୍କୁ ଏଠାରୁ ବିଜୁଳି ମିଳିବାକୁ ଲାଗିଗଲା ୪୨ ବର୍ଷ । ଏବେ ଏହି ପ୍ରକଳ୍ପରୁ କଳାହାଣ୍ଡିକୁ ବିଜୁଳି ମିଳିବ ।
ଗାନ୍ଧି ଜୟନ୍ତୀ ଅବସରରେ ଜିଲ୍ଲାର ୩ଟି ବଡ ଶକ୍ତି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟପାଟଣା ବ୍ଲକ ବାନେରଠାରେ ନିର୍ମିତ ୨୨୦ କେଭିର ଗ୍ରୀଡର ଶୁଭ ଉଦଘାଟନ କରିବା ପରେ ପ୍ରାଥମିକ ପର୍ଯ୍ୟାୟରେ ତିନିଟି ବ୍ଲକ ଜୟପାଟଣା, କୋକସରା ଓ କଲମପୁର ବ୍ଲକର ପ୍ରାୟ ୪୫ ହଜାର ଉପଭୋକ୍ତା ଲାଭବାନ ହେବେ ।
ଜୟପାଟଣା ବ୍ଲକ ୨୦୧୬ ମସିହାରୁ ୮୯ କୋଟି ଟଙ୍କା ବ୍ୟୟରେ ବାନେରରେ ୨୨୦ କେଭି ଗ୍ରୀଡର କାମ ଆରମ୍ଭ ହୋଇଥିଲା । ଏପଟେ ଗ୍ରୀଡ କାର୍ଯ୍ୟକ୍ଷମ ହେବା ପରେ ଗତ ଜାନୁଆରୀ ମାସରୁ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜରିଆରେ ପରୀକ୍ଷାମୂଳକ ଭାବେ ୬ ହଜାର ହେକ୍ଟର ଜମିରେ ଜଳସେଚନ ଆରମ୍ଭ ହୋଇଛି । ଆଗାମୀ ଦିନରେ ୨୬ ହଜାରରୁ ଅଧିକ ହେକ୍ଟର ଜମିରେ ଜଳସେଚନ ସୁବିଧା ହେବାର ଯୋଜନା ରହିଛି ।