ଚିକିତ୍ସକଙ୍କ ଚିଠାରେ ଔଷଧର ବିବରଣୀ ଯେମିତି ଲେଖାଯାଇଥାଏ ତାହାକୁ ପଢିବା ସାଧାରଣ ଲୋକଙ୍କ ପକ୍ଷେ ଯେଭଳି ଅସମ୍ଭବ ହୋଇପଡେ । ରୋଗୀ ନିଜେ କେଉଁ ଔଷଧ ଖାଉଛନ୍ତି ସେ ବିଷୟରେ ବି ବେଳେବେଳେ ଅଜ୍ଞାତ ରହିଯାନ୍ତି । ଯାହା ଫଳରେ ସେମାନେ ବହୁ ଅସୁବିଧାର ସାମ୍ନା ମଧ୍ୟ କରିଥାନ୍ତି । ତେବେ ଲୋକଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟପ୍ରଦେଶରେ ଏକ ଅଭିନବ ଉପାୟ କରାଯାଇଛି । ରାଜ୍ୟର ମେଡିକାଲ୍ କଲେଜଗୁଡିକର ବିଦ୍ୟାର୍ଥୀ ଏବଂ ବରିଷ୍ଠ ଡାକ୍ତରଙ୍କୁ ଭଲ ଏବଂ ବୁଝି ହେଉଥିବା ଅକ୍ଷରରେ ଲେଖିବା ପାଇଁ ଏବେ ତାଲିମ ଦିଆଯିବ ।
ମଧ୍ୟପ୍ରଦେଶ ଆର୍ୟୁବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡା.ରବିଶଙ୍କର ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ,ଖାସ୍ କରି ରୋଗୀଙ୍କ ଚିଠାରେ କିଛି ଡାକ୍ତରଙ୍କ ହ୍ୟାଣ୍ଟରାଇଟିଙ୍ଗ୍ ତରବରରେ ଲେଖାଯିବା କାରଣରୁ ଖରାପ ଦେଖାଯାଏ । କିଛି ଡାକ୍ତର ତ ଏ ମାମଲାରେ ଏତେ ହଡବଡି ଦେଖାନ୍ତି ଯେ ୩୦ ସେକେଣ୍ଡ ମଧ୍ୟରେ ହିଁ ଚିଠା ଲେଖିଦିଅନ୍ତି । ତେବେ ଡା. ଶର୍ମା କହିଛନ୍ତି ଯେ,ମେଡିକାଲ୍ ବିଧ୍ୟାର୍ଥୀ କିମ୍ବା ଡାକ୍ତରଙ୍କୁ ଚିଠା ଲେଖିବା ପାଇଁ ୩ ମିନିଟର ସମୟ ନେବା ଉଚିତ୍ । ସେ ଏହା ଉପରେ ରୋଗୀର ଲକ୍ଷଣ ଏବଂ ଔଷଧର ନାଁ ଆଦି ସ୍ପଷ୍ଟ ରୁପରେ ଲେଖିପାରିବେ । ଯେଭଳି ମେଡିସିନ୍ ଦୋକାନୀବାଲା ଡାକ୍ତରଙ୍କ ଅକ୍ଷରକୁ ବୁଝିପାରୁଛି ଠିକ୍ ସେହିପରି ରୋଗୀ ମଧ୍ୟ ଏହି ଅକ୍ଷରକୁ ବୁଝିବାରେ ସକ୍ଷମ ହୋଇପାରିବ ।
ଔଷଧ କିଣିବା ସମୟରେ ରୋଗୀମାନଙ୍କୁ ସଠିକ୍ ଔଷଧର ପରଖ ହୋଇପାରେ ନାହିଁ । ତେବେ ମେଡିକାଲ୍ ଆଇନ୍ ଅନୁସାରେ ଏଭଳି ଖରାପ ଲେଖା କାରଣରୁ ପୋଲିସ୍ ଜାଞ୍ଚ୍ ରେ ମଧ୍ୟ ଅସୁବିଧା ଉପୁଜେ । ବହୁ ସମୟରେ ଡାକ୍ତରଙ୍କ ଅବୁଝା ଲେଖାକୁ ବୁଝିବାପାଇଁ ଜାଞ୍ଚ୍ କର୍ତ୍ତାଙ୍କ ଝାଳ ବୋହିଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Docter.jpg)
/kanak/media/post_attachments/wp-content/uploads/2018/10/17-Everyday-Medication-Mistakes-That-Could-Make-You-Sick-760x506-300x200.jpg)
/kanak/media/post_attachments/wp-content/uploads/2018/10/elderly-man-with-doctor-300x204.jpg)