କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବଙ୍କ ଚୁଟିକଟା ଭିଡିଓ । ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ ଚୁଟି କାଟିବା ଭିଡିଓକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଯଦିଓ ଜାୱେଦ ସୋସିଆଲ ମିଡିଆରେ କ୍ଷମା ମାଗିସାରିଛନ୍ତି କିନ୍ତୁ ଲୋକେ ମାନିବାକୁ ନାରାଜ ।

Advertisment

ଜାୱେଦଙ୍କ ଏପରି କାରନାମାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଇନ୍ଦୋରର ବିଜେପି ବିଧାୟକ ଆକାଶ ବିଜୟବର୍ଗିୟ । କେବଳ ଏତିକି ନୁହେଁ ଇନ୍ଦୋରରେ ଜାୱେଦ ହବିବଙ୍କର ଯେତେ ସେଲୋନ ଅଛି ସେସବୁକୁ ୨୪ ଘଣ୍ଟା ଭିତରେ ବନ୍ଦ କରିବାକୁ ପ୍ରଶାସନକୁ ଅଲ୍ଟିମେଟମ ଦେଇଛନ୍ତି । ଆକାଶ ବିଜୟବର୍ଗିୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଇନ୍ଦୋର ପ୍ରଶାସନକୁ ଏହି ଅଲ୍ଟିମେଟମ୍ ଦେଇଛନ୍ତି । ସେ କହିଛନ୍ତି ଯେ, ଇନ୍ଦୋରରେ ଜାୱେଦଙ୍କର ଏକାଧିକ ସେଲୋନ ରହିଛି । ଯଦି ପ୍ରଶାସନ ନିଦ୍ଦିଷ୍ଟ ସମୟ ସୀମା ଭିତରେ ଇନ୍ଦୋରରେ ଥିବା ଜାୱେଦଙ୍କର ସମସ୍ତ ସଂସ୍ଥାକୁ ବନ୍ଦ ନକରେ ତେବେ ଜନ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।