କନକ ବ୍ୟୁରୋ: ଶୁକ୍ରବାର ରାତିରେ ଇନ୍ଦୌରରେ ଏକ ୩ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Advertisment

ଇନ୍ଦୌର ବିଜୟ ନଗରରେ ସ୍ୱର୍ଣ୍ଣବାଗ୍ ମୋହଲ୍ଲାରେ ହୋଇଥିବା ଏହି ଭୟାବହ ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଯାଏଁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିଲେ ବି ପ୍ରାରମ୍ଭିକ ତଦନ୍ତରୁ ଏହି ଅଗ୍ନକାଣ୍ଡ ସର୍ଟସର୍କିଟରୁ ଘଟିଛି ବୋଲି ପୋଲିସ କହିଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ହଠାତ୍ ଏହି କୋଠାରୁ ଧୂଆଁ ଦେଖିବାକୁ ମିଳିଥିଲା । ଲୋକେ ତୁରନ୍ତ ଏ ବାବଦରେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଯଥାଶିଘ୍ର ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ ବିଳମ୍ବ ହୋଇଯାଇଥିଲା । କୋଠା ମଧ୍ୟରେ ୭ଜଣ ପୋଡିଯାଇ ପ୍ରାଣ ହରାଇସାରିଥିଲେ । ତେବେ ବିଳମ୍ବିତ ରାତି ହୋଇଥିବାରୁ ଏ ବିଷୟରେ ଲୋକଙ୍କୁ ହଠାତ୍ ନିଆଁ ଲାଗିଥିବା ଜଣାପଡିନଥିଲା ।