ଇନ୍ଦୋର ଚୁଡି ବିକାଳିକୁ ମାଡ ଘଟଣା: ଘନେଇଲା ସାମ୍ପ୍ରଦାୟିକ ପ୍ରସଙ୍ଗ: ଓୱେସି ,ନରୋତ୍ତମ ମିଶ୍ର ମୁହାଁମୁହିଁ

154

କନକ ବ୍ୟୁରୋ: ଇନ୍ଦୋରରେ ଚୁଡି ବିିକାଳିକୁ ମାଡ ଘଟଣାରେ ରାଜନୀତି ସରଗରମ୍ । ଯୁବକକୁ ମାଡ ମାରିଥିବା ଗିରଫ ହୋଇଥିଲେ ବି ବିବାଦ ଥମିବାର ନାଁ ନେଉନାହିଁ । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ଏବେ ସାମ୍ପ୍ରଦାୟିକତାର ରଙ୍ଗ ଦିଆଯାଉଛି । ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ଦାସ ଏହାକୁ ଯଥାର୍ଥ ବୋଲି କହିବା ପରେ ଅଲ ଇଣ୍ଡିଆ ମଜଲିସ୍- ଇ- ଇତହାଦୁଲ ମୁସଲିମ୍ ସଙ୍ଗଠନର ସଭାପତି ଆସାଦୁଦ୍ଦିନ୍ ଓୱେସି ଓ ତାଙ୍କ ଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି ।ବିଜେପି ସବୁବେଳେ ସାମ୍ପ୍ରଦାୟିକତାକୁ ଉତ୍ସାଉଥିବା କହିଛନ୍ତି । ସୂଚନା ମୁତାବକ, ନାଁ ବଦଳାଇ ଚୁଡି ବିକୁଥିବା ଯୁବକକୁ ମାଡ ମାରିବା ପରେ ତାକୁ ପୋଲିସ ଜିମା ଦିଆଯାଇଥିଲା । ନାବାଳିକାଙ୍କୁ ଅଶାଳିନ ବ୍ୟବହାର କରିବା ନେଇ ଯୁବକ ବିରୋଧରେ ପୋକ୍ସୋ ଆକ୍ଟ ଅଧିନରେ ମାମଲା ଦାଏର ହୋଇଛି । ଏହି ଘଟଣାକୁ ଓୱେସି ବିରୋଧ କରିବା ସହ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ଦାସଙ୍କୁ ଟାର୍ଗେଟ କରିଥିବାବେଳେ ନରୋତ୍ତମ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ଯୁବକଙ୍କୁ ପାଖରୁ ଦୁଇଦୁଇଟି ଆଧାର କାର୍ଡ ବାହ ଓ କିଛି ନକଲି କାଗଜ ପତ୍ର ମିଳିବା ପରେ ସନ୍ଦେହ ହେବା ସ୍ୱାଭାବିକ । ତେଣୁ ଏଥିରେ ସାମ୍ପ୍ରଦାୟିକ ବିଭେଦ ମନୋଭାବକୁ ଓୱେସି ଅଯଥା ଉଠାଉଥିବା ସେ କହିଛନ୍ତି ।