ମଧ୍ୟପ୍ରଦେଶ ଇନ୍ଦୋର ପୋଲିସ ହାତରେ ଲାଗିଛି ବଡ ଡ୍ରଗ୍ସ ରାକେଟ୍ । ୫ ଜଣଙ୍କୁ ଗିରଫ୍ ସହ ୭୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍

99

କନକ ବ୍ୟୁରୋ : ଇନ୍ଦୋର ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ମଧ୍ୟପ୍ରଦେଶରେ ଏକ ବଡ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । କୁହାଯାଉଛି କି ଏହା ମଧ୍ୟପ୍ରଦେଶରୁ ଧରାପଡିଥିବା ଡ୍ରଗ୍ସ ରାକେଟ୍ ମଧ୍ୟରେ ସବୁଠାରୁ ବଡ ରାକେଟ୍ । ଏହି ରାକେଟ୍ ରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ୍ କରାଯିବା ସହ ସେମାନଙ୍କ ଠାରୁ ୭୦ କେ.ଜି ଡ୍ରଗ୍ସ ଜବତ୍ କରାଯାଇଛି । ପୋଲିସ ଅନୁମାନ କରିଛି କି ଜବତ୍ ହୋଇଥିବା ଡ୍ରଗ୍ସର ଆନୁମାନିକ ମୂଲ୍ୟ ୭୦ କୋଟି ଟଙ୍କାରୁ ଅଧିକ ହେବ ।

ପୋଲିସ ସେମାନଙ୍କୁ ଗିରଫ୍ କରିବା ବେଳେ ସେମାନଙ୍କ ଠାରୁ ୭୦ କୋଟିର ଏମଡିଏମଏ ଡ୍ରଗ୍ସ ସହ ୨ ଟି କାର ଓ ନଗଦ ୧୩ ଲକ୍ଷ ଟଙ୍କା ଜବତ୍ କରିଛି । ପୋଲିସର ଆଲା ଅଧିକାରୀ ରୋହିତ କୁଲଙ୍କ ସମେତ ଏକ ୧୪ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ଥିଲେ । ଗିରଫ୍ ହୋଇଥିବା ୫ ଜଣଙ୍କ ମଧ୍ୟରୁ ମଧ୍ୟପ୍ରଦେଶରୁ ୩ ଜଣ ହୋଇଥିବା ବେଳେ ତେଲଙ୍ଗାନାରୁ ୨ ଜଣ ଅଛନ୍ତି ।

ଏମାନଙ୍କୁ ଗିିରଫ୍ ପରେ ଏଡିଜି ଯୋଗେଶ ଦେଶମୁଖ କହିଛନ୍ତି କି ଡ୍ରଗ୍ସ ବେପାରୀ ମାନେ ଏହି ଡ୍ରଗ୍ସକୁ ସାଉଥ୍ ଆଫ୍ରିକା ପଠାଇବାକୁ ଯୋଜନା କରୁଥିଲେ । ସେ ଆହୁରି କହିଛନ୍ତି କି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା କି ରାଜ୍ୟରେ ସବୁଠାରୁ ବଡ ଡ୍ରଗ୍ସ ଡିଲ୍ ଇନ୍ଦୋର ଠାରେ ହେଉଛି । ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚର ଅଲଗା ଅଲଗା ଟିମ୍ ଇନ୍ଦୋର ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ୫ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ୍ କରିବାରେ ସଫଳ ହୋଇଛନ୍ତି । ଏହି ଚଢାଉରେ ନେତୃତ୍ୱ ନେଇଥିଲେ ଆଇଜି ହରିନାରାୟଣଚାରୀ ମିଶ୍ର । ଗିରଫ୍ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦର ଏକ ଔଷଧ କାରଖାନାର ସଂଚାଳନ ଓ ଅନ୍ୟଜଣେ ଇନ୍ଦୋରର ବ୍ୟବସାୟୀ । ପୋଲିସ କହିଛି କି ଏମାନେ ସାଉଥ୍ଆଫ୍ରିକାକୁ ଡଗ୍ସ ସପ୍ଲାଏ କରୁଥିଲେ । ସେମାନଙ୍କର ସଂପର୍କ ବିଦେଶ ସହ ଅଣ୍ଡରୱାର୍ଲ୍ଡ ସହିତ ରହିଛି ।