ପିଲାଙ୍କ ପାଇଁ ବିପଦ ଘର ଭିତର ପ୍ରଦୂଷଣ। ମାନସିକ ବିକାଶରେ ସୃଷ୍ଟି କରୁଛି ବାଧା

126

କନକ ବ୍ୟୁରୋ: ଇଣ୍ଡୋର ପଲ୍ୟୁସନ୍ ବା ଘର ଭିତର ପ୍ରଦୂଷଣ ପାଇଁ ପିଲାଙ୍କ ମାନସିକ ବିକାଶ ଯେମିତି ହେବା କଥା ସେମିତି ହୋଇପାରୁନାହିଁ । ଘର ଭିତର ପ୍ରଦୂଷଣ ପିଲାଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଏଭଳି ଏକ ସାଂଘାତିକ୍ ତଥ୍ୟ ଏବେ ସାମ୍ନାକୁ ଆସିଛି । ଏକ ବିଶ୍ଳେଷଣରୁ ଜଣାପଡିଛି ଘର ଭିତର ପ୍ରଦୂଷଣ ପାଇଁ ୨ ବର୍ଷରୁ କମ୍ ପିଲାଙ୍କ ମାନସିକ ଅଭିବୃଦ୍ଧି ସଠିକ୍ ଭାବରେ ହୋଇପାରୁନାହିଁ । କୁନି କୁନି ପିଲାଙ୍କର ମସ୍ତିଷ୍କ ବିକଶିତ ହେବାରେ ବଡ ବାଧା ସୃଷ୍ଟି ହେଉଛି । ଏପ୍ରିଲ ୨୫ ତାରିଖରେ ଇଲାଇଫ ଜର୍ଣ୍ଣାଲରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ,

ବୁଦ୍ଧି ବିକାଶରେ ବାଧା
– ଘର ଭିତରର ପ୍ରଦୂଷଣ ପାଇଁ ହେଉନି ଶିଶୁଙ୍କ ମସ୍ତିଷ୍କ ବିକାଶ
– ଘରେ ବ୍ୟବହୃତ ଜାଳେଣି ପାଇଁ ଶିଶୁଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି ହେଉଛି
– ଗୋବର ଘଷି ଓ କୋଇଲା ଭଳି ଜାଲେଣି ପାଇଁ ପ୍ରଦୂଷଣ ଶିଶୁଙ୍କ ପାଇଁ ମାରାତ୍ମକ
– ଜାଳେଣି ଜନିତ ଧୂଆଁରୁ ଶିଶୁଙ୍କ ଉପରେ ପଡୁଛି ନକରାତ୍ମକ ପ୍ରଭାବ
– ଶିଶୁଙ୍କ ଠାରେ ବୁଝିବା ଓ ନୂଆ କଥା ଶିଖିବାରେ ସମସ୍ୟା ହେଉଛି
– ପ୍ରଦୂଷଣ ପାଇଁ ନବଜାତକଙ୍କ ଦୃଷ୍ଟି ଶକ୍ତି ବି ହ୍ରାସ ପାଉଛି

ପ୍ରଦୂଷଣ ଯୋଗୁଁ ପିଲାଙ୍କ ମାନସିକ ବିକାଶ ବାଧା ପ୍ରାପ୍ତ ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ଶିଶୁରୋଗ ବିଶେଷଜ୍ଞ । କେବଳ ନବଜାତକଙ୍କ ମାନସିକ ବିକାଶ ନୁହେଁ ଘର ଭିତର ପ୍ରଦୂଷଣ ପାଇଁ ପେଟ ଭିତରେ ବଢ଼ୁଥିବା ଭୃଣର ବିକାଶ ବି ସଠିକ୍ ଭାବେ ହେଉ ନାହିଁ । ଘର ଭିତର ଓ ବାହାର ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଅନେକ ଶିଶୁ ପ୍ରାଣ ହରାଉଛନ୍ତି । ୨୦୧୯ରେ ୧ ଲକ୍ଷ ୧୬ହଜାର ନବଜାତକ ପ୍ରଦୂଷଣ ପାଇଁ ପ୍ରାଣ ହରାଇଥିଲେ ।