ବଢୁଛି ଅମ୍ଲଜାନ ଗଛର ଚାହିଦା, ରାଜଧାନୀ ରାସ୍ତା କଡରେ ଲାଗୁଛି ଲୋକଙ୍କ ଭିଡ । କରୋନା କାଳରେ ଅମ୍ଳଜାନ ଗଛ ଲଗାଉଛନ୍ତି ଲୋକେ । ଜାଣନ୍ତୁ କେଉଁ କେଉଁ ଗଛର ରହିଛି ଅଧିକ ଚାହିଦା…?

411

କନକ ବୁରୋ: କରୋନା କାଳରେ ଭୟଭୀତ ମଣିଷ । ମହାମାରୀ ମୃତ୍ୟୁର ତାଣ୍ଡବ କରୁଥିବାରୁ ଜୀବନ ଏବେ ତ୍ରାହି ତ୍ରାହି ଡାକୁଛି । ଆଉ ୨ୟ ଲହର ସଂକ୍ରମଣ ସହ ଅକ୍ସିଜେନ ଅଭାବର ଦାରୁଣ ଦେଖାଇ ସାରିଛି । ଅମ୍ଳଜାନ ବିନା ହସ୍ପିଟାଲ ବେଡରେ କେମିତି ମଣିଷ ଛଟପଟ ହେଉଥିଲା ଆଉ ନିଶ୍ୱାସ ବିନା ଜୀବନ ନିରବୀ ଯାଉଥିଲା ତାହାର ଭୟାବହତା ଦେଖିଛି ମଣିଷ । ତେଣୁ ପ୍ରଚୁର ଅମ୍ଳଜାନ ପାଇଁ ଆଗେଇ ଆସିଛି ଏ ଶିକ୍ଷିତ ସମାଜ । ଅଳ୍ପ ସମୟରେ ଅଳ୍ପ ସ୍ଥାନରେ ଏବଂ କମ ପାଣି, କମ ସୂର୍ଯ୍ୟାଲୋକରେ, ବିନା ଯତ୍ନରେ କେମିତି ଘରେ ବଢେଇ ହେବ ଗଛ । ସେହି ଗଛରୁ ମିଳିପାରିବ ମୁକ୍ତ ଅମ୍ଳଜାନ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ବଢିଛି ଅମ୍ଳଜାନ ଗଛର ଚାହିଦା ।

ରାଜଧାନୀ ରାସ୍ତା କଡରେ ଖୋଲିଥିବା ବିଭିନ୍ନ ନର୍ସରୀରେ ଏବେ ଗଛ ପାଇଁ ଲୋକଙ୍କ ଭିଡ ଜମୁଛି । ତୁଳସୀ, ଏଲୋବେରା, ସ୍ନେକ ପ୍ଲାନଟ୍, ହ୍ୱାଇଟ ଲିଲି, ଆଦି ଅମ୍ଲଜାନ ଦେଉଥିବା ଗଛକୁ ନିଜ ନିଜ ଘରକୁ ବୋହି ନେଉଛନ୍ତି ଲୋକେ । ତେବେ ଆସନ୍ତୁ ଜାଣିବା ସଙ୍କଟ ସମୟରେ ଘରେ ପ୍ରଚୁର ଅମ୍ଳଜାନ ପାଇଁ କେଉଁ କେଉଁ ଗଛ ଲଗାଇବା ଦରକାର ଏବଂ କେଉଁ କେଉଁ ଗଛର ରହିଛି ଅଧିକ ଚାହିଦା…?

ଭିଡିଓ ଦେଖନ୍ତୁ…