କନକ ବ୍ୟୁରୋ: ଇଣ୍ଡୋନେସିଆର ଏକ ଅଦାଲତ ସୋମବାର ଦିନ ଜଣେ ଶିକ୍ଷକଙ୍କୁ ଏକ ଇସଲାମିକ ବିଦ୍ୟାଳୟରେ ୧୩ ଜଣ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ପ୍ରଥମେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ କିନ୍ତୁ ପରେ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଂଜ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଫାଶୀ ଦେବାକୁ ଆଇନଜୀବୀ ଦାବି କରିଥିଲେ ।
Advertisment
ଶିକ୍ଷକ ହେରି ୱିରାୱାନଙ୍କ ମାମଲା ଇଣ୍ଡୋନେସିଆକୁ ଚକିତ କରିଛି  । ଦେଶର ଧାର୍ମିକ ବୋର୍ଡିଂ ବିଦ୍ୟାଳୟରେ ପିଲାମାନଙ୍କୁ ଯୌନ ହିଂସାରୁ ରକ୍ଷା କରିବାର ଆବଶ୍ୟକତା ଉପରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଫେବୃଆରୀରେ ବାଙ୍ଗଡୁ ସହରର ଏକ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ମୃତ୍ୟୁଦଣ୍ଡ ପାଇଁ ଆହ୍ୱାନ କରିଥିବା ଓକିଲମାନେ ଏକ ଆବେଦନ କରିଥିଲେ। ସୋମବାର ବାଙ୍ଗଡୁ ହାଇକୋର୍ଟଙ୍କ ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ବିଚାରପତି କହିଛନ୍ତି, "ଆମେ ପ୍ରତିବାଦୀଙ୍କୁ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରୁଛୁ’। ହେରିଙ୍କ ଓକିଲ ଇରା ମାମ୍ବୋ ଅଦାଲତରୁ ସମ୍ପୂର୍ଣ୍ଣ ରାୟ ଦେଖିବାର ଆବଶ୍ୟକତା ଦର୍ଶାଇ ଆବେଦନ ହେବ କି ନାହିଁ ସେ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।
ଜଣେ ବିଚାରପତି କହିଛନ୍ତି ଯେ ୨୦୧୬ ରୁ ୨୦୨୧ ପର୍ୟ୍ୟନ୍ତ, ହେରି ୧୨ ରୁ ୧୬ ୧୩ ଜଣଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ସଭିଙ୍କ ବୟସ ୧୨ରୁ ୧୬ ବର୍ଷ ଭିତରେ । ପୀଡିତଙ୍କ ମଧ୍ୟରୁ ୮ ଜଣ ଗର୍ଭବତୀ ହୋଇଥିବା ଗତ ଫେବ୍ରୃଆରୀ ମାସରେ ବାଙ୍ଗଡୁଙ୍ଗର ବିଚାରପତି କହିଥିଲେ ।