ଇଣ୍ଡୋନେସିଆ ଆକାଶରେ ବଡ ଧରଣର ଦୁର୍ଘଟଣା । ଉଡାଣ ଭରିବାର କିଛି ସମୟରେ ପରେ ଦୁର୍ଘଟଣାଗ୍ରସ୍ତ ହେଲା ଲାୟନ ଏୟାରର ବିମାନ । କ୍ରୀଉ ମେମ୍ବରଙ୍କ ସମେତ ଥିଲେ ୧୮୮ଜଣ ଯାତ୍ରୀ

Advertisment
ଇଣ୍ଡୋନେସିଆ ଆକାଶରେ ବଡ ଧରଣର ଦୁର୍ଘଟଣା । ଉଡାଣ ଭରିବାର କିଛି ସମୟରେ ପରେ ଦୁର୍ଘଟଣାଗ୍ରସ୍ତ ହେଲା ଲାୟନ ଏୟାରର ବିମାନ । କ୍ରୀଉ ମେମ୍ବରଙ୍କ ସମେତ ଥିଲେ ୧୮୮ଜଣ ଯାତ୍ରୀ

କନକ ବ୍ୟୁରୋ: ଆକାଶରେ ବଡ ଅଘଟଣ । ଇଣ୍ଡୋନେସିଆର ଜାକର୍ତାରେ ଆଜି ସକାଳୁ ସକାଳୁ ବଡ ବିମାନ ଦୁର୍ଘଟଣା ହୋଇଛି । ଲାୟନ ଏୟାରର ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୮୮ ଜଣ ଯାତ୍ରୀ ଥିଲେ । ଏଥିରେ ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ, ୨ ପାଇଲଟ ଓ ୫ ଜଣ କ୍ରୁ ମେମ୍ବର ଥିଲେ । ଉଡାଣର ମାତ୍ର ୧୩ ମିନିଟ ପରେ ଏଟିସି ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ଜାଭା ସମୁଦ୍ରକୁ ଖସିପଡିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଏହି ବିମାନ ସକାଲ ୬ଟା ୨୦ରେ ଉଡାଣ ଆରମ୍ଭ କରିଥିଲା ଓ ୭ଟା ୨୦ରେ ଲ୍ୟାଣ୍ଡ କରିବାର ଥିଲା । ସମୁଦ୍ରରୁ ବିମାନର ଧ୍ୱଂସାବଶେଷ ବି ମିଳିବା ଆରମ୍ଭ ହୋଇଥିବା ସୂଚନା ମିଳିଛି ।


ସ୍ଥାନୀୟ ସମୟ ସୋମବାର ୬: ୨୦ରେ ଉଡ଼ାଣ ଆରମ୍ଭ କରିବାର ୧୩ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା କଥା ଜଣେ ଅଧିକାରୀ କହିଛନ୍ତି। ଏୟାର୍‌ ଟ୍ରାକିଙ୍ଗ୍‌ ସର୍ଭିସ୍‌ ଫ୍ଲାଇଟ୍‌ରାଡର୍‌ ୨୪ କହିଛି: ଜେଟ୍‌ଟି ଥିଲା ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‍ ୮ ଏବଂ ସମ୍ପୂର୍ଣ୍ଣ ନୂଆ। ଲାୟନ୍‌ ଏୟାର୍‌ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଡ୍‌ଓ୍ଵାର୍ଡ ସିରାଇତ୍‌ କହନ୍ତି: ଏବେ ଆମେ କୌଣସି ବିବୃତି ଦେଇ ପାରିବୁ ନାହିଁ। ଆମେ ସମସ୍ତ ସୂଚନା ଓ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛୁ। ଲାୟନ୍‌ ଏୟାର୍‌ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଡ୍‌ଓ୍ଵାର୍ଡ ସିରାଇତ୍‌ କହନ୍ତି: ଏବେ ଆମେ କୌଣସି ବିବୃତି ଦେଇ ପାରିବୁ ନାହିଁ। ଆମେ ସମସ୍ତ ସୂଚନା ଓ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛୁ।


ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ କହିଛନ୍ତି: ବିମାନରେ ୧୭୮ ପ୍ରାପ୍ତ ବୟସ୍କ, ଗୋଟିଏ କୋଳଛୁଆ ଏବଂ ୨ ଜଣ ଶିଶୁ, ୨ ପାଇଲଟ୍‌ ଏବଂ ୫ ଜଣ ପରିଚାରକ ଥିଲେ। ଇଣ୍ଡୋନେସିଆ ବିପର୍ଯ୍ୟୟ ଏଜେନ୍‌ସିର ମୁଖ୍ୟ ସୁତୋପୋ ପୁର୍‌ଓ୍ଵ ନୁଗ୍ରୋହୋ ଟୁଇଟ୍‌ କରିଥିବା ବିମାନର ଭଗ୍ନାଂଶ ଚିତ୍ରାବଳୀରେ ବିମାନଯାତ୍ରୀମାନେ ସାଙ୍ଗରେ ନେଇଥିବା ଜିନିଷପତ୍ର ଦେଖାଯାଉଛି। ପାଣିରେ ବିମାନର ଭଗ୍ନାବଶେଷ ଭାସୁଥିବାର ଚିତ୍ର ମଧ୍ୟ ସେ ସେୟାର୍‌ କରିଥିବା ଏକ ଭିଡ଼ିଓରେ ଦେଖାଯାଉଛି। ଦୁର୍ଘଟନାଗ୍ରସ୍ତ ବିମାନରେ କୌଣସି ଯାତ୍ରୀ ବଞ୍ଚିଥିବା ଜଣାପଡୁନାହିଁ ବୋଲି ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe