ବିଷଧର ସାପ ଦେଖିଲେ ମନ ଭିତରେ ସୃଷ୍ଟି ହୋଇଥାଏ ଭୟ । ସାପ କାମୁଡ଼ାରେ ପ୍ରତିଦିନ କିଛି କିଛି ଲୋକ ପ୍ରାଣ ହରାଇଥିବାର ନଜିର ମଧ୍ୟ ରହିଛି । ତେଣୁ ମଣିଷ ସାପକୁ ଏକ ମାରାତ୍ମକ ବିଷଧର ଜୀବ ବୋଲି ଭାବିଥାଏ । ମାତ୍ର ସୁନ୍ଦରୀ ହେବା ପାଇଁ ସାପ ରକ୍ତ ପିଇବା କେବେ ଶୁଣିଛନ୍ତି !
ଏଭଳି ଆଶ୍ଚର୍ୟ୍ୟ ଜନକ ଘଟଣା ଦେଖିବାକୁ ମିଳୁଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ । ସୁନ୍ଦରୀ ହେବା ପାଇଁ ଯୁବତୀ ମାନେ କ୍ରିମ୍ ବଦଳରେ ପ୍ରତିଦିନ ବିଷଧର ନାଗ ସାପର ରକ୍ତକୁ ପିଇଥାନ୍ତି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ବିଭିନ୍ନ ଦୋକାନରେ ମଧ୍ୟ ଏହି ବିଷଧର ସାପ ରକ୍ତ ମିଳୁଛି । ଆଉ ଏହି ସାପ ରକ୍ତକୁ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ଦୋକାନୀ ମାନେ।
ସାପ ରକ୍ତ ପିଇବା ପାଇଁ ଇଣ୍ଡୋନେସିଆ ସେନାର ଯବାନ ମାନଙ୍କୁ ମଧ୍ୟ ଟେନିଂ ଦିଆଯାଇଥାଏ । ଯୁଦ୍ଧ ସମୟରେ ପ୍ରତିକୂଳ ପରିସ୍ଥିତିରେ ବଂଚି ରହିବା ପାଇଁ ଏହା ସାହାଯ୍ୟ କରିଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Here-people-get-the-snakes-made-of-dish.jpg)
/kanak/media/post_attachments/wp-content/uploads/2018/08/ghf-300x188.jpg)