କନକ ବ୍ୟୁରୋ : ବରଫ ପାହାଡ ଉପରେ ଯୋଗାସନ । ମାଇନସ୍ ଡିଗ୍ରୀ ତାପମାତ୍ରାରେ ହୀମବୀରଙ୍କ ଯୋଗାଭ୍ୟାସ । ଇଣ୍ଡୋ ତିବଦ୍ଦିଆନ ବୋର୍ଡର ପୋଲିସର ଯବାନମାନେ ଲଦ୍ଦାଖ ପାହାଡ କ୍ଷେତ୍ର ଅଂଚଳରେ ମାଇନସ ୨୧ଡିଗ୍ରୀ ତାପାମାତ୍ରାରେ ଯୋଗାସନ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ବରଫ ପାହାଡ ଅଂଚଳରେ ସୀମା ସୁରକ୍ଷାରେ ଥିବା ହୀମବୀର ଯବାନମାନେ ଯୋଗ ଦିବସରେ ସମୂହ ଯୋଗ କରିବା ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିଥିଲେ ।

Advertisment

ସମୁଦ୍ର ପତନଠାରୁ ପ୍ରାୟ ୧୮ହଜାର ଫୁଟ ଉଚ୍ଚରେ ବୀରଯବାନ ମାନେ ଯୋଗର ବିଭିନ୍ନ ଆସନ କରିଛନ୍ତି । ସେହିପରି ସ୍ଥଳଭାଗରୁ ପ୍ରାୟ ୧୯ହଜାର ଫୁଟ ଉଚ୍ଚ ସିକ୍କିମ ପାହାଡ ଉପରେ ବି ଆସନ ପକାଇ ଯୋଗାଭ୍ୟାସ କରିଛନ୍ତି ଆଇଟିବିିପି ଯବାନ । ଏଠାରେ ତାପାମତ୍ରା ମାଇନସ୍ ୧୫ଟିଗ୍ରୀ ରହିଥିବା ବେଳେ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଯୋଗାସନ କରୁଛନ୍ତି ବୀର ଯବାନ ।