୧୩ ଅକ୍ଟୋବରରେ ଯେଉଁଠି ଗୋଟିଏ ପଟେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଥିଲା ଉକ୍ତ ଦିନ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥି ମଧ୍ୟ ଥିଲା । ଗୁଜରାଟର ନର୍ମଦା ନଦୀ କୂଳରେ ଥିବା ସାଧୁ ବେଟ ଟାପୁରେ ନିର୍ମିତ ହୋଇଥିବା ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ ଏବଂ ରାଜଧାନୀ ଦିଲ୍ଲୀରେ ଲୌହମାନବ ଏବଂ ଇନ୍ଦିରା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳୀ ଦିଆଗଲା । ଶ୍ରଦ୍ଧାଞ୍ଜଳୀ ଉତ୍ସବରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଥିଲେ । ଏବଂ ଏହି ଉତ୍ସବରେ ବିଜେପିର ଲୌହପୁରୁଷ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସବୁ ନେତାମାନେ ଇନ୍ଦିରା ଗାନ୍ଧୀଙ୍କ ସ୍ମାରକ ସ୍ଥଳ ଶକ୍ତିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ତେବେ ଟ୍ୱିଟରରେ ଏନେଇ ଅନେକ ପ୍ରଶ୍ନ ଉଠୁଛି ଯେ କାହିଁକି ବିଜେପିର ଲୌହପୁରୁଷ ଦିଲ୍ଲୀରେ ସର୍ଦ୍ଦର୍ାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଏବଂ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଲୋକାର୍ପିତ ଉତ୍ସବରେ ଉପସ୍ଥିତ ରହିଲେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/iiiiiii.png)
/kanak/media/post_attachments/wp-content/uploads/2018/11/hhh-300x213.png)