ଘଷିପୁରାରେ ଶକ୍ତି ଦେଖାଇଲେ ସୌମ୍ୟରଞ୍ଜନ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ ରାଲି

560

କନକ ବ୍ୟୁରୋ : ନିର୍ବାଚନ ପାଖଉଥିବା ବେଳେ ଘଷିିପୁରାରେ ପ୍ରଚାର ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ରାଲି ସହ ପଦଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାରେ ୨୦୦ ଅଟୋ, ୫୦୦ରୁ ଅଧିକ ବାଇକ୍ ଏବଂ ୫ ହଜାରରୁ ଅଧିକ କର୍ମୀ ଓ ଜନତା ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ସୌମ୍ୟରଂଜନଙ୍କ ଗାଡ଼ିକୁ ଅଟକାଇ ବନ୍ଦାପନା ସହ ସ୍ୱାଗତ ଜଣାଇଛନ୍ତି ମହିଳା । ଚଳିତ ନିର୍ବାଚନରେ ଲୋକେ ପରିବର୍ତନ ପାଇଁ ମନ ବଳାଇଥିବା କହିଛନ୍ତି ସୌମ୍ୟରଂଜନ । ବିଜୟୀ ହେଲେ ଘଷିପୁରାରେ ଅପରାଧ ନିୟନ୍ତ୍ରଣ ସହ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ।