ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ ! ବିମାନରେ ଥିବା ଯାତ୍ରୀଙ୍କୁ ହେଲା ହୃଦଘାତ,ଡାକ୍ତରଖାନାରେ ମୃତ୍ୟୁ ।

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ ! ବିମାନରେ ଥିବା ଯାତ୍ରୀଙ୍କୁ ହେଲା ହୃଦଘାତ,ଡାକ୍ତରଖାନାରେ ମୃତ୍ୟୁ ।

financialexpress.com

କୋଲକାତାରୁ ବେଙ୍ଗାଲୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ଜଣେ ୩୨ ବର୍ଷୀୟ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଜରୁରି ଅବତରଣ ପାଇଁ ଭୁବନେଶ୍ୱର ବିମାନବନ୍ଦରର ଏ ଟି ସିଙ୍କ ସହିତ ଯୋଗାଯୋଗ କରିଥିଲେ।

publive-image

ଏ ଟି ସିଙ୍କ ଠାରୁ ସିଗନାଲ ପାଇବା ପରେ ସକାଳ ୧୧ଟା ୧୫ ମିନିଟରେ ଇଣ୍ଡିଗୋର ଏହି ୮୨୨ ବିମାନଟି ଅବତରଣ କରିଥିଲା। ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ହିଁ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ଡାକ୍ତରଙ୍କ ନିରିକ୍ଷଣରେ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ତେବେ ସର୍ବଶେଷ ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଯାତ୍ରୀଙ୍କ ହୃଦସ୍ପନ୍ଦନ ବନ୍ଦ ଥିବା ବେଳେ ନାଡି ମଧ୍ୟ ଚାଲୁ ନଥିଲା । ତାଙ୍କ ଆଖିର ଡୋଳା ମଧ୍ୟ ଆଲୋକକୁ ରେସପଣ୍ଡ କରୁ ନ ଥିବା ଡାକ୍ତରମାନେ ସୂଚନା ଦେଇଥିଲେ । ବର୍ତ୍ତମାନ ଖବର ଆସୁଛି ଡାକ୍ତରଖାନାରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe