ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦାଦାଗିରି ! ସୁରକ୍ଷା ଓ ସ୍ୱଚ୍ଛତା କଥା ଉଠାଇବାରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଲେ ସୁରକ୍ଷାକର୍ମୀ

Advertisment
ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦାଦାଗିରି ! ସୁରକ୍ଷା ଓ ସ୍ୱଚ୍ଛତା କଥା ଉଠାଇବାରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଲେ ସୁରକ୍ଷାକର୍ମୀ

କନକ ବ୍ୟୁରୋ: ଲକ୍ଷ୍ନୌ ବିମାନବନ୍ଦରରେ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦାଦାଗିରି । ସୁରକ୍ଷା ଓ ସ୍ୱଛତା କଥା ଉଠାଇବାରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲେ ସୁରକ୍ଷାକର୍ମୀ । ଏହି ଅଭିଯୋଗ ଆଣିଛନ୍ତି ଆଜି ଇଣ୍ଡିଗୋ ବିମାନରେ ଲକ୍ଷ୍ନୌରୁ ବାଙ୍ଗାଲୁରୁ ଯାଉଥିବା ଜଣେ ଯାତ୍ରୀ । ବିମାନବନ୍ଦରରେ ଓହ୍ଲାଇଦେବା ପରେ ଯାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ବିମାନରେ ମଶା ହେଉଥିବା କଥା ଅଭିଯୋଗ କରିବାରୁ ତାଙ୍କୁ ଦୁର୍ବ୍ୟବହାର କରିବା ଆଳରେ ଓହ୍ଲାଇଦେଇଛନ୍ତି ସୁରକ୍ଷା କର୍ମୀ । ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ମଶା ଅଛି ବୋଲି ଅଭିଯୋଗ କରି ଜନୈକ ଯାତ୍ରୀ ବିମାନରୁ ତଡା ଖାଇଛନ୍ତି । ମଙ୍ଗଳବାର ସକାଳେ ଲକ୍ଷ୍ନୌରୁ ବେଙ୍ଗାଲୁରୁ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଡା.ସୌରଭ ରାୟ ନାମକ ଜଣେ ଯାତ୍ରୀ ସ୍ଥାନ ଗ୍ରହଣ କରିବା ପରେ ବିମାନରେ ମଶା ଅଛି ବୋଲି କର୍ମଚାରୀମାନଙ୍କୁ ଅଭିଯୋଗ କରିଥିଲେ । ଏହାପରେ ସେ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଇଣ୍ଡିଗୋ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି କି ଯାତ୍ରୀଙ୍କୁ ତାଙ୍କର ଦୁର୍ବବ୍ୟବହାର ଲାଗି ବିମାନରୁ ଓହ୍ଲାଇ ଦିଆଯାଇଛି । ଯାତ୍ରୀଙ୍କ ଅଭିଯୋଗ ଶୁଣି ବିମାନ କର୍ମଚାରୀ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ସେ ପୁଣି ଉନ୍ମତ୍ତ ବ୍ୟବହାର ପ୍ରଦର୍ଶନ କରିଥିଲେ।

ଇଣ୍ଡିଗୋ ପକ୍ଷରୁ ଦର୍ଶାଯାଇଛି କି ବିମାନର ଦ୍ୱାର ବନ୍ଦ ହେବା ପରେ ବେଙ୍ଗାଲୁରୁ ଯାଉଥିବା ଯାତ୍ରୀ ଜଣକ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଅନ୍ୟଯାତ୍ରୀଙ୍କୁ ବିମାନ ଭଙ୍ଗାରୁଜା କରିବା ଲାଗି ଉସ୍କାଇଥିଲେ । ଏହି ସମୟରେ ସେ ‘ହାଇଜ୍ୟାକ’ ଶଦ୍ଦଟି ବ୍ୟବହାର କରିଥିଲେ । ପ୍ରୋଟୋକଲ୍ ଅନୁଯାୟୀ ବିମାନ ଉଡାଣ ସମୟରେ ‘ହାଇଜ୍ୟାକ’ ଶଦ୍ଦର ବ୍ୟବହାର ବେଶ୍ ଗୁରୁତ୍ୱ ବହନ କରେ । କର୍ମଚାରୀମାନେ ଏ ନେଇ ପାଇଲଟଙ୍କୁ ଅବଗତ କରିଥିଲେ । ଏହାପରେ ପାଇଲଟ୍ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ଲାଗି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe