କନକ ବ୍ୟୁରୋ: ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିବା ଏକ ଇଣ୍ଡିଗୋ ବିମାନ ଆଜି ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପକ୍ଷୀ ସହ ମାଡ଼ ହୋଇଥିଲା। ବିମାନରେ ପକ୍ଷୀ ମାଡ଼ ହେବାପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନରେ ଥିବା ସମସ୍ତ ୧୬୦ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଆଜି ସକାଳ ୮.୩୦ ସମୟରେ ଏହି ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ଦୁବାଇ ପଠାଯାଇଥିଲା।
ମଝି ଆକାଶରେ ବିମାନରେ ପିଟିହେଲା ପକ୍ଷୀ । ଅଳ୍ପକେ ରକ୍ଷା ପାଇଲେ ୧୬୦ ଯାତ୍ରୀ
/kanak/media/post_attachments/wp-content/uploads/2023/05/f-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)