କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ । ଫଳରେ ଅନ୍ୟ ଏକ ବିମାନବନ୍ଦରକୁ ଗଲା ଓ ସେଠାରେ ଜରୁରୀ ଅବତରଣ କଲା । ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ । ଇଣ୍ଡିଗୋର ଏହି ବିମାନଟି ମୁମ୍ବାଇରୁ ଗୌହାଟ୍ଟି ଯାଉଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ଗୌହାଟ୍ଟିରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ଏହାର ରାସ୍ତା ବଦଳାଇବାକୁ ପଡ଼ିଥିଲା । ବାଧ୍ୟ ହୋଇ ପାଇଲଟ ଏହାକୁ ଢାକା ଅଭିମୁଖେ ନେଇଥିଲେ ଓ ସେଠାରେ ଅବତରଣ କରାଇଥିଲେ । ଏନେଇ ମୁମ୍ବାଇ ଯୁବ କଂଗ୍ରେସ ନେତା ସୂରଜ ସିଂ ଠାକୁର ନିଜ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।
କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ । ଗୌହାଟ୍ଟି ବଦଳରେ ଢାକାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ।
/kanak/media/post_attachments/wp-content/uploads/2024/01/15-15.jpg)