ଆସୁଛି ଦିପାବଳୀ ! ବିମାନ ଯତ୍ରୀଙ୍କ ପାଇଁ ଇଂଡିଗୋର ବଡ ଅଫର, ମାତ୍ର ୮୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା ।
ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର ଘୋଷଣା କରାଯାଇଛି । ଏହା ମାଧ୍ୟମରେ କମ୍ପାନି ତରଫରୁ ସର୍ବନିମ୍ନ ୮୯୯ ଟଙ୍କାରେ ଘରୋଇ ଫ୍ଲାଇଟ ଓ ସର୍ବନିମ୍ନ ୩୩୯୯ ଟଙ୍କାରେ ଇଣ୍ଟରନାସନାଲ ଫ୍ଲାଇଟ ଟିକେଟ ପ୍ରଦାନ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଇଣ୍ଡିଗୋ କମ୍ପାନୀ ତରଫରୁ ଦିଆଯାଉଥିବା ଅଫର ପାଇଁ ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଟିକେଟ କାଟିବାକୁ ପଡିବ । ସାଧାରଣତଃ ଦିପାବଳୀରେ ସମସ୍ତ କମ୍ପାନୀ ଗ୍ରାହକମାନଙ୍କୁ ଭିନ୍ନ ଭିନ୍ନ ଅଫର ମାନ ଦେଉଛନ୍ତି । ଠିକ ସେହି ଭଳି ଇଣ୍ଡିଗୋ କମ୍ପାନୀ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଏହିଭଳି କିଛି ଅଫର ଦେଇଛି । କମ୍ପାନୀ ତରଫରୁ ଯାତ୍ରୀମାନଙ୍କୁ ଘରୋଇ ଫ୍ଲାଇଟ ପାଇଁ ସର୍ବନିମ୍ନ ୮୯୯ଟଙ୍କା ଦେବାକୁ ପଡୁଥିବା ବେଳେ ଇଣ୍ଟରନାସନାଲ ଫ୍ଲାଇଟ ପାଇଁ ସର୍ବନିମ୍ନ ୩୩୯୯ ଟଙ୍କା ଦେବାକୁ ପଡିବ । ମୋଟ ୧୦ ଲକ୍ଷ ସିଟ ପାଇଁ ଏହି ଅଫର ଲାଗୁ ହେବ । ଏହି ଅଫର ସମୟ ମଧ୍ୟରେ ଟିକେଟ କାଟିଥିବା ଯାତ୍ରୀଙ୍କୁ ନଭେମ୍ବର ୮ରୁ ଏପ୍ରିଲ ୧୫ ମଧ୍ୟରେ ଯାତ୍ରା କରିବାକୁ ହେବ । ଦିପାବଳୀ ଭାରତର ସବୁଠାରୁ ଆନନ୍ଦଦାୟକ ଉତ୍ସବ ହୋଇଥିବା ବେଳେ ତାହାକୁ ଦୁଇଗୁଣିତ କରିବାକୁ କମ୍ପାନି ମାତ୍ର ୮୯୯ ଟଙ୍କାରେ ଏୟାର ଟିକେଟ ପ୍ରଦାନ କରୁଛି । ଏହା ଫଳରେ ଯାତ୍ରୀମାନେ ଅଳ୍ପ ଖର୍ଚ୍ଚରେ ବିମାନ ଯାତ୍ରା କରିପାରିବେ ବୋଲି କମ୍ପାନିର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଓ୍ବିଲିୟମ ବୋଲଟର କହିଛନ୍ତି । ତେବେ ଇଣ୍ଡିଗୋ ପକ୍ଷରୁ ଏହି ଅଫର ଘୋଷଣା ହେବା ପରେ ଅନ୍ୟ କମ୍ପାନିମାନେ ମଧ୍ୟ ସମାନ ଅଫର ଘୋଷଣା କରିପାରନ୍ତି । ତେବେ ଶସ୍ତା ଦର ଯୋଗୁଁ ଭାରତୀୟ ବିମାନସେବା ଶିଳ୍ପ ଏବେ ସଂକଟ ଦେଇ ଗତି କରୁଛି ।