ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱଦେଶୀ ଏଟିଏସର ଶୁଭାରମ୍ଭ । ଦେଶର ପ୍ରଥମ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ୍ ଅଟୋମେସନ ସିଷ୍ଟମ 

119

କନକ ବ୍ୟୁରୋ : ଏଣିକି ନୂଆ ଟାୱାରରୁ ହେବ ବିମାନ ପରିଚାଳନା  । ଦେଶର ପ୍ରଥମ ବିମାନବନ୍ଦର ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାରର ସଫଳ ପରୀକ୍ଷଣ ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ୪୦ ବର୍ଷର ପୁୁରୁଣା ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାର ବନ୍ଦ ହୋଇଛି । ଏବେ ନୁଆ ଏଟିଏସି ଟାୱାରରୁ ବିମାନ ପରିଚାଳନା ଆରମ୍ଭ ହୋଇଛି । ଯାହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।

ଭାରତୀୟ ବେସାମରିକ ବମାନ ଉଡାଣ ଇତିହାସରେ ଏହା ହେଉଛି ପ୍ରଥମ । ଦେଶର ପ୍ରଥମ ବିମାନବନ୍ଦର ଭାବେ ଭୁବନେଶ୍ୱରରେ ଏଟିସି ଟାୱାରର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ବିମାନ ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଓ ଭାରତ ଇଲେକ୍ଟୋନିସ୍ ଲିମିଟେଡ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏହାର ଉଦଘାଟନ କରିଛନ୍ତି । ଏହି ଏଟିସି ଟାୱାରରୁ ପ୍ରତିଦିନ ୧୨୦ରୁ ବିମାନର ଯାତାୟତର ପରିଚଳନା କରାଯିବ । ଭାରତୀୟ ବିମାନ ପ୍ରାଧିକରଣର ଏଭଳି ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସଂଶା କରିଛନ୍ତି ।  ଆଗାମୀ ଦିନରେ ଭାରତର ଅନ୍ୟ ବିମାନବନ୍ଦରରେ ଏହି ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।