କନକ ବ୍ୟୁରୋ : ସେୟାର ବଜାର ପାଇଁ ବ୍ଲାକ ଫ୍ରାଇଡେ । କ୍ରାସ୍ ହେଲା ସେୟାର ମାର୍କେଟ୍ । ସେନସେକ୍ସ ୧୪୦୦ ପଏଂଟ ହ୍ରାସ ପାଇଛି । ଫଳରେ ଦୁଇ ଘଣ୍ଟାର ଟ୍ରେଡିଂ ସେସନରେ ସାଢେ ୬ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇସାରିଛି । ୭ ମାସ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି ।

Advertisment

ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି । ଭାରତୀୟ ସେୟାର ବଜାରରେ ଦୁଇ ସପ୍ତାହ ହେବ ସେୟାର ବଜାର ଖସୁଥିବାର ଦେଖିବାକୁ ମିଳୁଥିଲା । ହେଲେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଭୟ ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡି କରାଯାଇଛି  । ଏହା ପୂର୍ବରୁ ଅନେକ ୟୁରୋପୀୟ ଦେଶ କରୋନାର ମାମଲା ବଢୁଥିବାରୁ ଲକଡାଉନ ଘୋଷଣା କରିଛନ୍ତି ।

କାହିଁକି ଖସୁଛି ସେୟାର ବଜାର ?

- ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭ୍ୟାରିଆଂଟ ଚିହ୍ନଟ
- ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି
- ବିଶ୍ୱର ବିଭିନ୍ନ ଦେଶରେ କଟକଣା କଡାକଡି
- ଲକଡାଉନ ଭଳି କଡା କଟକଣା ପୁଣି ଲାଗୁ
- ବିଦେଶୀ ନିବେଶକଙ୍କ ସେୟାର ବିକ୍ରି
- କମୁଛି ବ୍ରାଣ୍ଡ ଭ୍ୟାଲ୍ୟୁ