କନକ ବ୍ୟୁରୋ: ଝିଂଟିକା ପ୍ରଜାତିର କୀଟ ପଙ୍ଗପାଳ ଏବେ ଚାଷ ଓ ଚାଷୀଙ୍କ ପାଇଁ ଏକ ବଡ଼ ସଂକଟ ହୋଇ ସାମ୍ନାକୁ ଆସିଛି । ଯଦିଓ, ବର୍ତମାନ ଓଡ଼ିଶାକୁ ଏହି ପଙ୍ଗପାଳ ପଲର ଭୟ ନାହିଁ, ତଥାପି ରାଜସ୍ଥାନ, ଉତରପ୍ରଦେଶ ଦେଇ ମଧ୍ୟପ୍ରଦେଶ ଯାଏଁ ପହଂଚିଗଲେଣୀ ଏହି କୀଟ । ତେଣୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ଦୃଷ୍ଟିରେ ରଖି, କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଛି ।ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ଓୟୁଏଟି କର୍ତୃପକ୍ଷଙ୍କ ଉପସ୍ଥିତିରେ ରାଜ୍ୟରେ ଚାଷ ଓ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ନେଇ ଏକ ବଡ଼ଧରଣ ମନ୍ଥନ ହୋଇଛି ।
ପୂର୍ବ ଆଫ୍ରିକାରେ ଅଦିନିଆ ବର୍ଷାରୁ ଉତ୍ପତି ହୋଇଥିବା ଏହି ପଙ୍ଗପାଳ ପର୍ଯ୍ୟାୟକ୍ରମେ ଭାରତର ଏକାଧିକ ରାଜ୍ୟରେ ପହଂଚିସାରିଲେଣୀ । ଆଉ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପଙ୍ଗପାଳରୁ ଚାଷକୁ ସୁରକ୍ଷା ଦେବା ପାଇଁ ଚାଷୀଙ୍କୁ କୁହାଯାଇଛି ।
- ୫% ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଂଚନ କରନ୍ତୁ
-ଏହା ବଦଳରେ ବଜାରରେ ମିଳୁଥିବା ୩ଶହ ପିପିଏମ୍ର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ୨ଶହ ଲିଟର ପାଣି ସହିତ ମିଶାଇ ଉପରବେଳା ସିଂଚନ କରାଯାଇପାରିବ
-ପଙ୍ଗପାଳ ଦଳ ଫସଲ କିଆରୀରେ ପହଂଚି ଯାଇଥିଲେ, ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡ଼େଇ, କଂଟାଯୁକ୍ତ ଡାଳରେ ପିଟି ଘଉଡ଼ାଇବାର ବ୍ୟବସ୍ଥା କରନ୍ତୁ
-ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପିଲିଥିନ୍ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଲେ, ସେମାନେ ଜରି ଉପରେ ଗଳିପଡ଼ିବେ । ସେଗୁଡ଼ିକୁ ସଂଗ୍ରହ କରି କିରୋସିନି ମିଶ୍ରିତ ପାଣଇରେ ବୁଡ଼ାଇ ମାରି ଦିଅନ୍ତୁ
-ଏହା ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଂଚନ କରନ୍ତୁ
- କିମ୍ବା ଏକର ପ୍ରତି ୪ଶହ ମି.ଲି. ପ୍ରୋଫେନୋଫସ୍ ୫୦ ଇ.ସି.କୁ ୨ଶହ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ
ବଡ଼ କଥା ହେଉଛି-
-ପଙ୍ଗପାଳ ସବୁ ପ୍ରକାର ସବୁଜ ଶସ୍ୟ, ପନିପରିବା ଏବଂ ଘାସ ଖାଇଯାଆନ୍ତି
-୧ବର୍ଗ କିଲୋମିଟର ଅଂଚଳରେ ପ୍ରାୟ ୧୫ କୋଟି ପଙ୍ଗପାଳ ଥାଆନ୍ତି
-୧ବର୍ଗ କିଲୋମିଟର ଅଂଚଳରେ ବିସ୍ତୃତ ପଙ୍ଗପାଳ ଦିନକରେ ୩୫ ହଜାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଫସଲ ଖାଇ ନଷ୍ଟ କରିପାରନ୍ତି, ତେଣୁ ଏତେ ବଡ଼ ସମ୍ଭାବ୍ୟ ସଂକଟକୁ ଦୃଷ୍ଟିରେ ରଖି ଓଡ଼ିଶାର କୃଷି ବିଭାଗ ଏକ ବଡ଼ ଧରଣ ପ୍ରସ୍ତୁତି ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/Comp-2-0-00-00-00-1.jpg)