କନକ ବ୍ୟୁରୋ : ଦୌଡରାଣୀ ତଥା ଓଡ଼ିଆ ଧାବିକା ଦୂତି ଚାନ୍ଦ ନିଲମ୍ବିତ । ଡୋପ୍ ଟେଷ୍ଟରେ ଧରାପଡିଲେ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ନିଲମ୍ବିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ତେବେ ଏହାକୁ ଅସ୍ୱୀକାର କରିଛନ୍ତି ଦୂତି । ଡୋପ ଟେଷ୍ଟରେ ବିଫଳ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି । ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା କହିଛନ୍ତି ଦୂତି ।
ସ୍ପ୍ରିଣ୍ଟର ଦୂତି ଚାନ୍ଦ ନିଲମ୍ବିତ । ଡୋପ୍ ଟେଷ୍ଟରେ ଧରାପଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଅସ୍ୱୀକାର କଲେ ଦୂତି ।
/kanak/media/post_attachments/wp-content/uploads/2023/01/0c44f8dc-e165-11eb-b7c5-81f0cc1de6c1_1625980175991.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)