ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।

Advertisment
ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରେ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟ୍ରେ ପରାସ୍ତ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ କରିଥିଲା ୨୦୮ ରନ୍ । ଦଳ ପକ୍ଷରୁ ଯୋଶ୍ ଇଂଲିଶ ୫୦ ବଲ୍ ଖେଳି କରିଥିଲେ ୧୧୦ ରନ୍ । ନିଜ ଇନିଂସ୍ ଭିତରେ ସେ ୧୧ ଚୌକା ଓ ୮ ଛକା ମାରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୫୨ ରନ୍ କରିଥିଲେ । ୨୦୯ ରନ୍ ପିଛା କରୁଥିବା ଭାରତ ଗୋଟିଏ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୨ ବଲ୍ ଖେଳି ୮୦ ରନ୍ କରିଥିଲେ । ଈଶାନ୍ କିଷନ ୫୮ ରନ୍, ଯଶସ୍ୱୀ ଜୈସୱାଲ ୨୧ ରନ୍ ଏବଂ ରିଙ୍କୁ ସିଂ ଅପରାଜିତ ୨୨ ରନ୍ କରିଥିଲେ । କ୍ୟାପଟେନ୍ ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe