କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରେ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟ୍ରେ ପରାସ୍ତ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ କରିଥିଲା ୨୦୮ ରନ୍ । ଦଳ ପକ୍ଷରୁ ଯୋଶ୍ ଇଂଲିଶ ୫୦ ବଲ୍ ଖେଳି କରିଥିଲେ ୧୧୦ ରନ୍ । ନିଜ ଇନିଂସ୍ ଭିତରେ ସେ ୧୧ ଚୌକା ଓ ୮ ଛକା ମାରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୫୨ ରନ୍ କରିଥିଲେ । ୨୦୯ ରନ୍ ପିଛା କରୁଥିବା ଭାରତ ଗୋଟିଏ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୨ ବଲ୍ ଖେଳି ୮୦ ରନ୍ କରିଥିଲେ । ଈଶାନ୍ କିଷନ ୫୮ ରନ୍, ଯଶସ୍ୱୀ ଜୈସୱାଲ ୨୧ ରନ୍ ଏବଂ ରିଙ୍କୁ ସିଂ ଅପରାଜିତ ୨୨ ରନ୍ କରିଥିଲେ । କ୍ୟାପଟେନ୍ ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/6-24.jpg)