ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତଙ୍କ କମବ୍ୟାକ୍, ବାଦ୍ ପଡିଲେ ରାହୁଲ

456

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ୩ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଟିମରେ କେ.ଏଲ ରାହୁଲଙ୍କୁ ବାଦ୍ ଦିଆଯାଇଥିବା ବେଳେ ରୋହିତ ଶର୍ମା କମବ୍ୟାକ୍ କରିଛନ୍ତି । ସେହିଭଳି ଯୁବ ତାରକା ଶୁଭମାନ ଗିଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତେବେ ୱିକେଟ କିପର ଭାବେ ରିଦ୍ଧିମାନ ଶାହା ଓ ରିଷଭ ପନ୍ଥଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ସେହିଭଳି ସ୍ପିନ ବିଭାଗ ସମ୍ଭାଳିବା ପାଇଁ ୩ ଜଣ ସ୍ପିନରଙ୍କୁ ( ଆର ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ) ଦଳରୁ ଡାକରା ଆସିଛି । ସେହିଭଳି ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ହାତରେ ରହିବ ପେସ୍ ବୋଲିଂର ଭାର ।

ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଟିମ୍ ଇଣ୍ଡିଆର ଓପନିଂ ଯୋଡି ଭାବେ ମୈଦାନକୁ ଓହ୍ଲାଇବେ । ମଧ୍ୟକ୍ରମ ଅଥାର୍ତ ୬ ନମ୍ବର ସ୍ଥାନରେ ହନୁମା ବିହାରୀଙ୍କ ଉପରେ ପୁଣିଥରେ ଭରସା କରିଛି ଚୟନ କମିଟି । ଏହାପୂର୍ବରୁ ରୋହିତ ଶର୍ମା ଟେଷ୍ଟ ମ୍ୟାଚରେ ଆଦୌ ଓପନିଂ କରିନାହାନ୍ତି । ତେବେ ଖରାପ ଫର୍ମ ପାଇଁ ରାହୁଲଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତେବେ ଏହି ସିରିଜ ପାଇଁ ପୁଣିଥରେ ଆଜିଙ୍କ୍ୟ ରାହାଣେଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଅକ୍ଟୋବର ୨ରୁ ସିରିଜର ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ ।