କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିସିସିଆଇ ପକ୍ଷରୁ ଆଜି ଦଳ ଘୋଷଣା କରାଯାଇଛି । ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନଥିବା ବେଳେ ସଞ୍ଜୁ ସାମସନଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ବିଶ୍ରାମ ପରେ ପୁଣି ଦଳକୁ ଫେରିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା ।
ତେବେ ୨୦୨୦ରେ ଭାରତର ଏହା ପ୍ରଥମ ବିଦେଶ ଗସ୍ତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ଟି ଟି-୨୦ ମ୍ୟାଚ୍, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ କୁହାଯାଉଛି, ଋଷଭ ପନ୍ଥଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟରକ୍ଷକ ଭାବେ ମୈଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ (ୱିକେଟରକ୍ଷକ), ଶିଭମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଙ୍ଗଟନ୍ ସୁନ୍ଦର, ଜସପ୍ରିତ ବୁମରା, ମହମ୍ମଦ ଶାମି, ନଭଦୀପ ସୈନି, ରବିନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/images-2.jpg)