ଟିମ୍ ଇଣ୍ଡିଆ ଜର୍ସିର ରଙ୍ଗରେ ରଙ୍ଗୀନ ହେଲା ବୁର୍ଜ ଖଲିଫା । ବିଶ୍ୱର ସବୁଠାରୁ ଉଚ୍ଚ ବିଲ୍ଡିଂରେ ଦେଖିବାକୁ ମିଳିଲା ଭାରତୀୟ ଖେଳାଳିଙ୍କ ଚମକ ।

263

କନକ ବ୍ୟୁରୋ : ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଆଉ ଏହାକୁ ନେଇ ଦୁବାଇରେ ଜୋସ୍ ଦେଖିବାକୁ ମିଳିଛି । ଗତକାଲି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଥିଲା । ବିଶ୍ୱର ସବୁଠାରୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ମଧ୍ୟ ଟିମ୍ ଇଣ୍ଡିଆର ଜର୍ସିର ରଙ୍ଗରେ ରଙ୍ଗୀନ ହୋଇଛି ।

ରାତିରେ ୮୩୦ ମିଟର ଉଚ୍ଚ ବିଲ୍ଡିଂରେ ଦେଖିବାକୁ ମିଳିଛି ଭାରତୀୟ ଖେଳାଳିଙ୍କ ଚମକ । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ନୂଆ ଜର୍ସି ସହ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ୧୮ ଓ ୨୦ ତାରିଖରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ବେଳେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ସହ ଖେଳିବ । ୨୪ ତାରିଖରେ ଭାରତ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।