ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ ।

173

କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଉପରେ ଇରାନ୍ ଆକ୍ରମଣକୁ ନେଇ ପ୍ରଥମ ଦେଶ ଭାବେ ପ୍ରତିକ୍ରିୟା ରଖିଛି ଭାରତ । ଇରାନର ଏୟାରଷ୍ଟ୍ରାଇକକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି ।

ହେଲେ, ଭାରତ କଥା ଯଦି କହିବା- ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ଜିରୋ ଟଲରାନ୍ସ ନୀତି ଆପଣାଇ ଆସିଛି । ଇରାନ୍ ଯେଉଁ ପଦକ୍ଷେପ ନେଇଛି, ତାହାକୁ ଭାରତ ଭଲ ଭାବେ ବୁଝି ପାରୁଛି । ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ପଦକ୍ଷେପ ନେବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ମଙ୍ଗଳବାର ପାକିସ୍ତା ବଲୁଚିସ୍ତାନରେ ଥିବା ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ ।

ପାକିସ୍ତାନ ସୀମାରୁ ଇରାନ୍ ଉପରେ ଆକ୍ରମଣ ହେଉଥିବାରୁ ଏହାର ପ୍ରତିରକ୍ଷାରେ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କରିଛି ଇରାନ୍ । ତେବେ ଏହା ଜବାବ୍ରେ ପାକିସ୍ତାନ ମଧ୍ୟ ଇରାନ୍ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି । ହେଲେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ ।