କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ପ୍ରଥମ ଟି-୨୦ ପାଇଁ ଗୋଟିଏ ଦଳ ବଛାଯାଇଥିବାବେଳେ, ଶେଷ ୨ଟି ଟି-୨୦ ପାଇଁ ଅଲଗା ଟିମ୍ ଚୟନ କରାଯାଇଛି । ସେହିପରି ୩ଟି ଦିନିକିଆ ମ୍ୟାଚ୍ ପାଇଁ ମଧ୍ୟ ବିସିସିଆଇ ଦଳ ଘୋଷଣା କରିଛି । ଉଭୟ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ।
ନଜର ପକାନ୍ତୁ, ଭାରତୀୟ ଦଳ ଉପରେ...
ପ୍ରଥମ ଟି-୨୦ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ଋତୁରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ
ଦ୍ୱିତୀୟ ଓ ତୃତୀୟ ଟି-୨୦ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଷାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଉମରାନ ମଲ୍ଲିକ
୩ଟି ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଇଶାନ କିଷାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ପ୍ରସିଦ୍ଧି କ୍ରିଷ୍ଣା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ
NEWS 🚨 - #TeamIndia’s squad for T20I & ODI series against England announced.
More details 👇 #ENGvINDhttps://t.co/ii121ge0jY
— BCCI (@BCCI) June 30, 2022
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ ଯଥାକ୍ରମେ ୭, ୯ ଓ ୧୦ ଜୁଲାଇକୁ ଖେଳିବାକୁ ଥିବାବେଳେ, ୧୨ ଜୁଲାଇ, ୧୩ ଜୁଲାଇ ଓ ୧୭ ଜୁଲାଇରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/06/1656607438_2T20DM467.webp)