କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପୁଣିଥରେ ଦଳକୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଫେରିଛନ୍ତି । ଅନ୍ୟପଟେ ଅବଶିଷ୍ଟ ୩ ମ୍ୟାଚରୁ ମଧ୍ୟ ବ୍ରେକ ନେଇଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ୩ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେନି ବିରାଟ । ଆଉ ବିରାଟଙ୍କର ଏଭଳି ନିଷ୍ପତ୍ତିକୁ ମଧ୍ୟ ବସିସିଆଇ ସମର୍ଥନ କରୁଛି ।
🚨 NEWS 🚨#TeamIndia's Squad for final three Tests against England announced.
Details 🔽 #INDvENG | @IDFCFIRSTBankhttps://t.co/JPXnyD4WBK
— BCCI (@BCCI) February 10, 2024
ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ଫେରିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବେ କି ନାହିଁ ତାହା ମେଡିକାଲ ଟିମର ଫିଟନେସ ମଞ୍ଜୁରୀ ପରେ ସ୍ପଷ୍ଟ ହେବ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସାମିଲ କରାଯାଇଥିଲା । ଅବଶିଷ୍ଟ ୩ ମ୍ୟାରେ ମଧ୍ୟ ରଜତ ପଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ସେହିଭଳି ଘୋଷିତ ଦଳରୁ ବାଦ୍ ପଡିଛନ୍ତି ଅଭେଶ ଖାନ୍ । ଅଭେଶଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରୁ ଡାକରା ଆସିଛି । ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ । ସେହିଭଳି ରାଞ୍ଚିରେ ଚତୁର୍ଥ ଓ ୭ ମାର୍ଚ୍ଚରେ ଧର୍ମଶାଳାରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/GFkP0WWacAAYlcE.jpg)