କନକ ବ୍ୟୁରୋ : ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟ୍ୱିଟ କରି ଟିମ ଘୋଷଣାର ସୂଚନା ଦେଇଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେ.ଏଲ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ସ୍ଥାନ ପାଇଛନ୍ତି । ଏହାସହ ଷ୍ଟାଣ୍ଡ-ବାଇ ପ୍ଲେୟାର ଭାବେ ସଞ୍ଜୁ ସାମସନଙ୍କୁ ବିସିସିଆଇ ଚୟନ କରିଛି । ତେବେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଏସିଆ କପ୍ ଚାଲିବ । ସେପ୍ଟେମ୍ବର ୨ ତାରିଖରେ ଭାରତ-ପାକିସ୍ତାନ ମୁକାବିଲା ହେବ ।
ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା : ଜାଣନ୍ତୁ କିଏ ସାମିଲ ହେଲେ , କିଏ ବାଦ୍ ପଡିଲେ ?
/kanak/media/post_attachments/wp-content/uploads/2023/08/26_00000-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)